Latest Odisha News

BREAKING NEWS

ପଂଜାବ ମଦମୃତ୍ୟୁ ଘଟଣା: ଅବକାରୀ ବିଭାଗର ୭ ଅଧିକାରୀ ଓ ୬ ପୋଲିସ କର୍ମଚାରୀ ନିଲମ୍ବିତ

ଚଣ୍ଡୀଗଡ: ପଂଜାବ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଆଜି ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ସେପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଘଟଣାରେ ଅବକାରୀ ବିଭାଗର ୭ ଜଣ ଅଫିସର ଓ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ମୃତକମାନେ ମୁଖ୍ୟତଃ ତିନି ଜିଲ୍ଲାରୁ ଅଛନ୍ତି । ତାଣ୍ଣ ତରନ ଜିଲ୍ଲାରୁ ସର୍ବାଧିକ ୬୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅମ୍ରିତସର ଗ୍ରାମାଞ୍ଚଳରୁ ୧୨ ଓ ଗୁରୁଦାସପୁରରୁ ୧୧ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଦୁୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ।

ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏହି ଘଟଣାରେ ସଂପୃକ୍ତ ଥିବା ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଷାକ୍ତ ମଦର ପ୍ରସ୍ତୁତି ଓ ବିକ୍ରି ରୋକିବା ନେଇ ପୋଲିସ ଓ ଅବକାରୀ ବିଭାଗ ବିଫଳ ହୋଇଛି ଯାହା କି ଏକ ଲଜ୍ଜାଜନକ ବିଷୟ ।’

Leave A Reply

Your email address will not be published.