Latest Odisha News

BREAKING NEWS

ହୀରୋସୀମା, ନାଗାସାକି ଉପରେ ପରମାଣୁ ଆକ୍ରମଣର ୭୫ ବର୍ଷ ପୂର୍ଣ୍ଣ : ମଣିଷକୃତ ପ୍ରଥମ ବିଭୀଷିକା ସୃଷ୍ଟି କରିଥିଲେ ଲିଟିଲ ବୟ, ଫ୍ୟାଟମ୍ୟାନ

ପୁରୀ: ଜାପାନର ହୀରୋସୀମା ଓ ନାଗାସାକି ଉପରେ ୬ ଅଗଷ୍ଟ ୧୯୪୫ରେ ଆମେରିକା ପରମାଣୁ ଆକ୍ରମଣ କରିଥିଲା । ଏହା ପରେ  ମାନବ ଇତିହାସରେ ଏହା କଳଙ୍କିତ ଦିବସ ହୋଇ ରହିଗଲା । ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅଲିଭା ଦାଗ ଏବେ ମଧ୍ୟ ରହିଛି । କ୍ଷମତା, ଅହଙ୍କାର ଓ ଯୁଦ୍ଧ ପ୍ରବୃତି କଣ କ୍ଷତି ଘଟିପାରେ ତାହା ସମସ୍ତେ ଭଲ ଭାବେ ହୃଦୟଙ୍ଗମ କରି ପାରିଥିଲେ । ୬ ଅଗଷ୍ଟରେ ହୀରୋସୀମା ଉପରେ ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ଏହାର ଠିକ୍ ୩ ଦିନ ପରେ ନାଗାସାକି ଉପରେ ଦ୍ୱିତୀୟ ଆକ୍ରମଣ କରିଥିଲା । ଜାପାନ ବାଧ୍ୟ ହୋଇ ଆମେରିକା ନିକଟରେ ହାର ମାନିଥିଲା । ଲକ୍ଷ ଲକ୍ଷ ଲୋକ ମରିଗଲେ । ଏହାଠୁ ଅଧିକ଼ ଭୟଙ୍କର ଥିଲା ରେଡିଓ ଆକ୍ଟିଭର ପ୍ରଭାବ । ଏହା ସବୁ କିଛି କ୍ଷତିଗ୍ରସ୍ତ କରିଥିଲା ।
କାରଣ କଣ ଥିଲା : ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ବେଳକୁ ଆମେରିକା ଓ ଜାପାନ ସମ୍ପର୍କ ଖରାପ ହୋଇ ଯାଇଥିଲା । ଜାପାନ ଇଷ୍ଟ ଇଣ୍ଡିଜର ତେଲ ସମୃଦ୍ଧ ଅଂଚଳକୁ କବଜା କରିବା ପାଇଁ ଇଣ୍ଡୋ-ଚୀନକୁ ଟାର୍ଗେଟ କରିଥିଲା । ଆମେରିକା ରାଷ୍ଟ୍ରପତି ହେରୀ ଟ୍ରୁମ୍ୟାନ ବାଧ୍ୟ ହୋଇ ଏହି କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ୨୬ ଜୁଲାଇରେ ଜାପାନକୁ ଆତ୍ମସମର୍ପଣ କରିବା ପାଇଁ ସେ କହିଥିଲେ । ପରମାଣୁ ଆକ୍ରମଣ ପରେ ୧୫ ଅଗଷ୍ଟ ୧୯୪୫ରେ ଜାପାନ ନିଃସର୍ତ ଆତ୍ମସମର୍ପଣ କରିଥିଲା ।

୬ ଆଉ ୯ରେ କଣ ହୋଇଥିଲା: ୬ ଅଗଷ୍ଟ ସକାଳ ୮ଟା୧୫ରେ ଆମେରିକା ଇନୋଲା ବିମାନରୁ ପ୍ରଥମ ପରମାଣୁ ବୋମା ଲିଟିଲ ବୟ ହୀରୋସୀମା ଉପରେ ପକାଇଥିଲା । ଏହାର ଉତାପ ୧୦ ଲକ୍ଷ ଡିଗ୍ରୀ ସେଲସିୟସ ଥିଲା । ୧୦ କିଲୋମିଟର ପରିଧି ଭିତରେ ଯାହା କିଛି ଥିଲା ସବୁ ନଷ୍ଟ ହୋଇ ଯାଇଥିଲା । ୧୨.୫ କିଲୋଟନ ଟିଏନଟି ବରାବରର ଏହି ବିସ୍ଫୋରଣ ଥିଲା । ୮୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ମୃତ୍ୟୁବରଣ କରିଥିଲେ । ୩ ଦିନ ପରେ ୧୧ଟା ବେଳେ ଆଉ ଏକ ଆକ୍ରମଣ ହୋଇଥିଲା । ଏହି ପରମାଣୁ ବୋମାର ନାମ ଥିଲା ଫ୍ୟାଟ ବୟ । ନାଗାସାକୀର ୨୨ କିଲୋମିଟର ଅଂଚଳ ଏହି ବୋମା କ୍ଷତିଗ୍ରସ୍ତ କରିଥିଲା । ଘରର ଛାତ ଉଡି ଯାଇଥିଲା । ରାସ୍ତା ଘାଟ ଫାଟି ଯାଇଥିଲା । ସହର ଶ୍ମଶାନର ରୂପ ନେଇ ଯାଇଥିଲା କହିଲେ ଭୁଲ ହେବ ନାହିଁ । ଏହା ପରେ ଶାନ୍ତିର ବାର୍ତା ଚାଲିଲା । ପରମାଣୁ ବୋମା ବ୍ୟବହାର ଉପରେ କଟକଣା ଲାଗିଲା ସତ । କିନ୍ତୁ ମଣିଷକୃତ ବିଭୀଷିକା ଯାହା କ୍ଷତି ଘଟାଇଛି ତାହା କଣ ପୂରଣ କରି ହେବ । ବର୍ତମାନର ଚୀନର ପାଗେଳାମି ଆମକୁ ଏ ଭଳି ଦୃଶ୍ୟ ଦେଖିବାକୁ ବାଧ୍ୟ କରିବନି ତ?

Leave A Reply

Your email address will not be published.