Latest Odisha News

ଦିଲ୍ଲୀ ନିର୍ବାଚନ ପ୍ରଚାରରେ ୭୬ କ୍ୱିଂଟାଲ ଫୁଲର ବ୍ୟବହାର !

ନୂଆଦିଲ୍ଲୀ: ଏଠାରେ ହାଇ ଭୋଲଟେଜ ବିଧାନସଭା ନିର୍ବାଚନର ପ୍ରଚାର ଶେଷ ହୋଇଯାଇଛି । ୮ ତାରିଖରେ ମତଦାନ ହେବ । ୨୨ ଦିନ ଧରି ଚାଲିଥିବା ଏହି ନିର୍ବାଚନ ପ୍ରଚାରରେ ୭୬ କ୍ୱିଂଟାଲର ଫୁଲ ବ୍ୟବହାର ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଗାଜିପୁର ଫୁଲ ମଣ୍ଡିର ତଥ୍ୟ ଅନୁସାରେ ବିଜେପି ସର୍ବାଧିକ ଫୁଲର ବ୍ୟବହାର କରିଥିଲା । ଆମ ଆଦମୀ ପାର୍ଟି ଦ୍ୱିତୀୟ ଏବଂ କଂଗ୍ରେସ ତୃତୀୟ ସ୍ଥାନରେ ରହିଛନ୍ତି ।

ଫୁଲ ବ୍ୟତୀତ ପତାକା, ଟୋପି, ଟି-ଶର୍ଟରେ ମଧ୍ୟ ୩ ପାର୍ଟିର ନେତାମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ମୋଦି ଏବଂ କେଜ୍ରିୱାଲ ଟି-ଶର୍ଟର ବହୁଳ ବ୍ୟବହାର ହୋଇଥିଲା ।

Leave A Reply

Your email address will not be published.