Latest Odisha News

BREAKING NEWS

ଜାଣନ୍ତୁ, ନୂଆପଡ଼ାର ଏହି ଚାଷୀ ମୋବାଇଲ୍ ପରାମର୍ଶରୁ କିପରି କଲେ ପ୍ରଚୁର ଅମଳ !

ନୂଆପଡ଼ା: ଆଜିକାଲି ଯଦି ସବୁକ୍ଷେତ୍ରରେ ହାଇ-ଟେକ୍ନୋଲୋଜି ଉପଯୋଗ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ଏହାକୁ ବ୍ୟବହାର କରିହେବ ନାହିଁ? ଚାଷକାର୍ଯ୍ୟରେ ହାଇ-ଟେକ୍ ଉପଯୋଗ କରି ଅନେକ ଚାଷୀ ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରି ପ୍ରତିବର୍ଷ ନିଶ୍ଚିତ କ୍ଷୟକ୍ଷତିରୁ ରକ୍ଷା ପାଇପାରୁଛନ୍ତି ।

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସହଜଟା ଗ୍ରାମର ଉମାଶଙ୍କର ଆହିର୍ (୨୫) ଜଣେ ସାଧାରଣ ଚାଷୀ ଏବଂ ସେ ଗ୍ରାଜୁଏସନ ପାସ କରିଥିଲେ ମଧ୍ୟ ଚାଷ ଉପରେ ହିଁ ତାଙ୍କର ସମସ୍ତ ପରିବାର ନିର୍ଭର କରିଥାଏ ।

“ମୋର ୩.୫ ଏକର ଚାଷଜମି ରହିଛି, ସେଥିମଧ୍ୟରୁ ୨ ଏକରରେ ଧାନଚାଷ କରିଥାଏ ଏବଂ ଅବଶିଷ୍ଟ ଚାଷଜମିରେ କପା ଚାଷ କରିଥାଏ । ପ୍ରାୟ ପିଲାଟି ବେଳରୁ ହିଁ ମୁଁ ଚାଷବାସ ଶିଖିଛି,” ବୋଲି କହନ୍ତି ଉମାଶଙ୍କର ।

“ଦୁଇବର୍ଷ ପୂର୍ବରୁ ମୁଁ ଧାନଚାଷରେ କ୍ଷତି ସହିଲି, ଚାଷ ସମସ୍ୟାର କୌଣସି ସମାଧାନ ପାଇପାରିଲି ନାହିଁ । ସେତେବେଳେ ମୁଁ ଔଷଧ ଦୋକାନରୁ ହିଁ ସାର, କୀଟନାଶକ କିଣାକିଣି କରି ଆବଶ୍ୟକ ମୁତାବକ ଯାହା ଜମିରେ ପକାଉଥିଲି । ମାତ୍ର ଯେତେଯାହା କରିଥିଲେ ବି ଭଲ ଫଳ କିଛି ପାଇ ପାରୁନଥିଲି,” ବୋଲି ଉମାଶଙ୍କର କହନ୍ତି ।

“ମୋର କିନ୍ତୁ ଚାଷକାର୍ଯ୍ୟ ପ୍ରତି ବହୁତ ଦୁର୍ବଳତା ଥିଲା,”ବୋଲି ଉମାଶଙ୍କର କହନ୍ତି ।

“ମୁଁ ୨୦୧୮ରେ ଏକ ଖବରକାଗଜରୁ ‘ରିଲାଏନ୍ସ ଫାଉଣ୍ଡେସନ’ ଦ୍ୱାରା କୃଷିବର୍ତ୍ତା ସମ୍ପର୍କରେ ଜାଣିବାକୁ ପାଇଲି । ଏପରିକି ସେଥିରୁ ଗୋଟିଏ ଟୋଲ୍ ଫ୍ରି ନମ୍ବର ପାଇଥିଲି ଯାହାକି ୧୮୦୦-୪୧୯-୮୮୦୦ । ସେଥିରେ ମଧ୍ୟ ସୋଲାର୍ ପମ୍ପ୍ ସବସିଡ଼ି ସୁବିଧା ବାବଦରେ ଜାଣିବାକୁ ପାଇଲି,” ବୋଲି ସେ କହନ୍ତି ।

“କିଛିଦିନ ପରେ ମୁଁ ସୋଲାର୍ ପମ୍ପ୍ ସବସିଡ଼ି ଲାଗି ଆବେଦନ କରିଥିଲି । ମୁଁ ୬୦,୦୦୦ ଟଙ୍କାର ଗୋଟିଏ ସୋଲାର୍ ପମ୍ପ୍ ସେଟ୍ ଆଣିଥିଲି ମାତ୍ର ସବୁଠାରୁ ବଡ଼କଥା ହେଲା ପ୍ରଥମେ ମୁଁ ଏହା ବାବଦକୁ ୫,୫୪୫ ଟଙ୍କା ମାତ୍ର ପଇଠ କରିଥିଲି । ପରେ ୫୫,୦୦୦ ଟଙ୍କାର ସବସିଡ଼ି ହାସଲ କରିଥିଲି । ପ୍ରକୃତରେ ଏହା ସବୁକିଛି ସମ୍ପବ ହୋଇପାରିଥିଲା ରିଲାଏନ୍ସ ଫାଉଣ୍ଡେସନ ଯୋଗୁଁ । ମୁଁ ସେହିସମୟରେ ଏହି ଟୋଲ୍ ଫ୍ରି ନମ୍ବର ସାହାଯ୍ୟରେ ଜଣେ କୃଷି ବୈଜ୍ଞାନିକଙ୍କ ପରାମର୍ଶ ଗ୍ରହଣ କରିଥିଲି । କିପରି ସବସିଡ଼ି ମାଧ୍ୟମରେ ଏହି ପମ୍ପ୍ ସେଟ ମୁଁ କ୍ରୟ କରିପାରିବି ତଥା ଏହା ସମ୍ପର୍କରେ ସବିଶେଷ ବିବରଣୀ ହାସଲ କରିଥିଲି,” ବୋଲି ଉମାଶଙ୍କର କହନ୍ତି ।

ସେତେବେଳେ କପା ଚାଷ କରୁଥିବା ବେଳେ ମୁଁ ଚାଷଜମିରେ ମରୁଡ଼ିର ସମ୍ମୁଖୀନ ହୋଇଥିଲି । ସେହିଥର ମୁଁ କପାଚାଷରେ ସିଧାସଳଖ ୬୦,୦୦୦ ରୁ ୭୦,୦୦୦ ଟଙ୍କା କ୍ଷତି ସହିଥିଲି । ମାତ୍ର ଏବେ ମୁଁ କପା ଚାଷରୁ ବେଶ୍ ପ୍ରଚୁର ଆୟ କରିପାରୁଛି । ଏପରିକି ମୋ ଚାଷଜମିରେ ମଧ୍ୟ ମୁଁ ପରିବା ଲଗାଇ ଅଧିକ ଉପାର୍ଜନ କରିପାରୁଛି ବୋଲି ସଫଳ ଚାଷୀ ଉମାଶଙ୍କର ସ୍ୱୀକାର କରିଛନ୍ତି ।

ଏବର୍ଷ ମଧ୍ୟ ମୁଁ ପୂର୍ବପରି ଧାନକ୍ଷେତରେ ପୋକ ଲାଗିଥିବାର ଦେଖିଥିଲି । ରିଲାଏନ୍ସ ଫାଉଣ୍ଡେସନର ସେହି ଟୋଲ୍ ଫ୍ରି ନମ୍ବରକୁ ଫୋନ କରିବା ଦ୍ୱାରା ଫାଉଣ୍ଡେସନର ଜଣେ କୃଷି ବୈଜ୍ଞାନିକଙ୍କ ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନର ସୂତ୍ର ପାଇଥିଲି । ମୁଁ ଧାନଚାଷ ଲାଗି ୪୫,୦୦୦ ଟଙ୍କା ବିନିଯୋଗ କରିଥିଲେ ମଧ୍ୟ ଏଥିରୁ ପ୍ରଚୁର ଲାଭ ପାଇପାରିଥିଲି । ମୁଁ ରିଲାଏନ୍ସ ଫାଉଣ୍ଡେସନ ତଥା ଏହାର ସମସ୍ତ କୃଷିବିତ୍ ଏବଂ ସମସ୍ତ କୃଷି ବୈଜ୍ଞାନିକ ମାନଙ୍କୁ ଅଜସ୍ର ଧନ୍ୟବାଦ ଦେଉଛି । ଏହା ସ୍ୱୀକାର କରିଛନ୍ତି ଉମାଶଙ୍କର ।

“ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦିଆଯାଉଥିବା ସମସ୍ତ ପରାମର୍ଶ ଯୋଗୁଁ ମୋ ପରି ଅନେକ ଚାଷୀମାନେ ଉପକାର ପାଇପାରୁଛନ୍ତି ତଥା କ୍ଷତି ନସହି ପ୍ରଚୁର ଲାଭ ଉପାର୍ଜନ କରିପାରିଛନ୍ତି । ମୁଁ ଆମ ଗାଁ ଓ ଆଖପାଖ ଅଞ୍ଚଳର ଅନେକ ଚାଷୀମାନଙ୍କୁ ୧୮୦୦-୪୧୯-୮୮୦୦ ଟୋଲ୍ ଫ୍ରି ନମ୍ବର ଦେଇଛି, ସେମାନେ ମଧ୍ୟ ଏହି ଟୋଲ୍ ଫ୍ରି ନମ୍ବର ଦ୍ୱାରା ବେଶ୍ ଉପକୃତ ହେବାରେ ଲାଗିଛନ୍ତି,” ବୋଲି କହିଛନ୍ତି ଉମାଶଙ୍କର ।

Leave A Reply

Your email address will not be published.