Latest Odisha News

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ରୋଇଡା-୨ ଲୁହାପଥର ଖଣିର ହେବ ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ରୋଇଡା-୨ ଲୁହାପଥର ଖଣି ବ୍ଲକର ନିଲାମ ଶୁକ୍ରବାର ଦିନ ୭୯.୨୦ ପ୍ରତିଶତ ଟଙ୍କାରୁ ଆରମ୍ଭ ହୋଇଛି ।

କେନ୍ଦୁଝର ଜିଲ୍ଲାରେ ୨୭.୧୮୮ ମିଲିୟନ୍ ଟନ୍ ଲୁହା ରିଜର୍ଭ ବ୍ଲକ୍ ପାଇଁ ନିଲାମ ଡାକିବା ତାଲିକାରେ ଏହି କମ୍ପାନୀ ଗୁଡିକ ରହିଛନ୍ତି । ସେଥିମଧ୍ୟରେ ରହିଛି-

ଶ୍ୟାମ୍ ସେଲ୍ (୭୯ ପ୍ରତିଶତ)
ସୁପର ସ୍ମେଲଟର୍ ଲି. (୭୮.୬ ପ୍ରତିଶତ)
ଭଗବତୀ ପାୱାର୍ ଆଣ୍ଡ ଷ୍ଟିଲ୍ ଲି. (୭୮.୫ ପ୍ରତିଶତ)
ନରଭେରାମ୍ (୭୮.୫ ପ୍ରତିଶତ)
ଏପିଆଇ ଇସ୍ପାତ୍ (୭୮.୧୫ ପ୍ରତିଶତ)
ଶ୍ରୀ ବଜରଙ୍ଗ (୭୭.୯୦ ପ୍ରତିଶତ)
ଆରପି ସାଓ (୭୭.୭୫ ପ୍ରତିଶତ)
ଗାଲାଣ୍ଟ ଇସ୍ପାତ ଲି. (୭୭.୬ ପ୍ରତିଶତ)
ଶ୍ୟାମ୍ ଷ୍ଟିଲ୍ (୭୭.୩୫ ପ୍ରତିଶତ)

ମୋଟ୍ ୧୯ଟି ସୂଚୀବଦ୍ଧ ଖଣି ନିଲାମ ମଧ୍ୟରେ ଏଯାଏଁ ୭ଟି ସମାପ୍ତ ହୋଇଛି ।

ଜେସିଡବ୍ଲ୍ୟ ୪ ବ୍ଲକ୍‌- ନୂଆଗାଁ (ଜାନୁଆରୀ ୩୧), ନାରାୟଣପୋଷୀ (ଫେବୃଆରୀ ୨) ଓ ଗଣୁଆ (ଫେବୃଆରୀ ୫) ଓ ଯଜାଙ୍ଗ (ଜାନୁଆରୀ ୬)ଖଣି ଅକ୍ତିଆର କରିଛି । ଯେଉଁଥିରେ ୧,୧୩୮.୩୪ ମିଲିୟନ୍ ଟନର ଖଣିଜ ପଥର ଗଚ୍ଛିତ ରହିଛି ।

ଶ୍ୟାମ ଓର୍ ମଧ୍ୟ ବୁଧବାର ଦିନ (ଫେବୃଆରୀ ୫) ଦିନ ଓଡିଶା ସରକାରଙ୍କୁ ୧୩୫ ପ୍ରତିଶତ ବିକ୍ରି ମୂଲ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଯାହାଫଳରେ ସେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଜିଲିଙ୍ଗ-ଲଙ୍ଗଲୋଟା ଲୁହାପଥର ଖଣି ବ୍ଲକ୍ ନେବାକୁ ସକ୍ଷମ ହୋଇଛି ।

ସେହିପରି ମଙ୍ଗଳବାର ତଥା ଫେବୃଆରୀ ୪ ତାରିଖ ଦିନ ସିରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ ବଲଦା ଲୁହାପଥର ଖଣିକୁ ଅକ୍ତିଆର କରିଥିବା ବେଳେ ଗତ ଫେବୃଆରୀ ୩ ତାରିଖ ଦିନ ଆରସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍ ଲି. ଠାକୁରାଣୀ ଲୁହାପଥର ଖଣି ବ୍ଲକ ହାତେଇଥିଲା ।

Leave A Reply

Your email address will not be published.