Latest Odisha News

BREAKING NEWS

ଟସ୍ ଜିତି ବୋଲିଂ ନେଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ଉଭୟ ଟିମ୍ ୫ ମ୍ୟାଚ ଖେଳି ୪ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।

ଦିଲ୍ଲୀ ଚୂଡାନ୍ତ ଏକାଦଶରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ସ୍ଥାନରେ ଈଶାନ୍ତ ଶର୍ମାଙ୍କୁ ସାମିଲ କରିଛିି । ଅଶ୍ୱୀନ କରୋନା କାଳରେ ପରିବାର ସହିତ ରହିବା ପାଇଁ ଆଇପିଏଲ ଅଧାରୁ ଓହରି ଯାଇଛନ୍ତି । ବାଙ୍ଗାଲୋର ଡାନିଏଲ କ୍ରିଷ୍ଟିଆନ ଓ ନବଦୀପ ସୈନୀଙ୍କ ସ୍ଥାନରେ ଡାନିଏଲ ସ୍ୟାମ୍ସ ଏବଂ ରଜତ ପାଟୀଦାରଙ୍କୁ ସାମିଲ କରିଛି ।

Leave A Reply

Your email address will not be published.