Latest Odisha News

BREAKING NEWS

୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଦେଶର ୭୮% ସକ୍ରିୟ କରୋନା ରୋଗୀ

ନୂଆଦିଲ୍ଲୀ; ବର୍ତ୍ତମାନ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଦେଶର ୭୮ ପ୍ରତିଶତ ସକ୍ରିୟ କରୋନା ରୋଗୀ ଅଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରରେ ସର୍ବାଧିକ ସକ୍ରିୟ ଅକ୍ରାନ୍ତ ଅଛନ୍ତି । ରାଜ୍ୟରେ ଏବେ ୧ ଲକ୍ଷ ୩୪ ହଜାର ୬୫୭ ଜଣ ଆକ୍ଟିଭ କେସ୍ ରହିଛି । ଯାହା ସମୁଦାୟ ଦେଶର ସକ୍ରିୟ ସଂକ୍ରମିତଙ୍କ ୨୧.୫୨ ପ୍ରତିଶତ ।

ଦ୍ୱିତୀୟ ସ୍ଥାନରେ ରହିଛି କେରଳ । ଏଠାରେ ୯୩ ହଜାର ୮୪୮ ଜଣ ସକ୍ରିୟ ରୋଗୀ ଅଛନ୍ତି । କେରଳରେ ସକ୍ରିୟ ସଂକ୍ରମିତଙ୍କ ମୋଟ ପ୍ରତିଶତ ହେଉଛି ୧୫ । ତୃତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ । ୭୫ ହଜାର ୪୪୨ ସକ୍ରିୟ ରୋଗୀ ରହିଛନ୍ତି ଏହି ରାଜ୍ୟରେ । ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ମଧ୍ୟରେ ୧୨.୦୫ ପ୍ରତିଶତ ରହିଛନ୍ତି କର୍ଣ୍ଣାଟକରେ ।

ଏହି ତିନି ରାଜ୍ୟକୁ ବାଦ ଦେଲେ ୩୭ ହଜାର ୧୯୦ ସକ୍ରିୟ ସଂକ୍ରମିତଙ୍କ ସହ ଚତୁର୍ଥରେ ପଶ୍ଟିମ ବଙ୍ଗ, ୨୯ ହଜାର ୨୬୮ସହ ପଂଚମରେ ତାମିଲନାଡୁ, ୨୮ ହଜାର ୭୭୦ ସହ ଷଷ୍ଠରେ ଆନ୍ଧ୍ରପ୍ରଦେଶ, ୨୬ ହଜାର ୬୫୨ ସହ ସପ୍ତମରେ ରହିଛି ଉତ୍ତର ପ୍ରଦେଶ । ତାଲିକାର ଅଷ୍ଟମ, ନବମ ଓ ଦଶମରେ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ହେଲେ ଦିଲ୍ଲୀ, ଛତିଶଗଡ ଓ ତେଲେଙ୍ଗାନା । ଦିଲ୍ଲୀରେ ୨୫ ହଜାର ୭୮୬, ଛତିଶଗଡରେ ୨୨ ହଜାର ୯୩ ଏବଂ ତେଲେଙ୍ଗାନାରେ ୧୭ ହଜାର ୮୯୦ ଜଣ ସକ୍ରିୟ ରୋଗୀ ରହିଛନ୍ତି ।

Leave A Reply

Your email address will not be published.