Latest Odisha News

BREAKING NEWS

ନୱାଜୁଦ୍ଦିନ୍ ଓ ଏଲନାଜ ନୁରୁଜୀଙ୍କ ସଙ୍ଗୀନ ଯୋଡି !

ମୁମ୍ବାଇ: ବଲିଉଡର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦିନ ସିଦ୍ଧିକି । ଅନ୍ୟପଟେ ସେକ୍ରେଡ୍ ଗେମ୍ସ ଫମ୍ ଅଭିନେତ୍ରୀ ଏଲନାଜ ନୁରୁଜୀ । ଦୁହେଁ ଦେଖାଇବେ ସଙ୍ଗୀନ କାରନାମା । ତେବେ ଏହି ଯୋଡି ପ୍ରଥମ ଥର ପାଇଁ ଅଭିନୟ କରିବାକୁ ଯାଉନାହାନ୍ତି । ପୂର୍ବରୁ ବି ଏହି ଯୋଡି ନିଜ ଦମ୍‌ଦାର କେମିଷ୍ଟ୍ରୀ ଏକ ସୁପରହିଟ୍ ୱେବ ସିରିଜରେ ଦେଖାଇସାରିଛନ୍ତି ।

ସେକ୍ରେଡ୍ ଗେମ୍ସ ଭଳି ସୁପରହିଟ୍ ୱେବ୍ ସିରିଜ୍ ପରେ ଅପକମିଂ ଫିଲ୍ମ ସଙ୍ଗୀନରେ ନୱାଜୁଦ୍ଦିନ ଓ ଏଲନାଜ ପୁଣିଥରେ ଏକାଠି ନଜର ଆସିବେ । ଜୟଦୀପ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଜାନୁଆରୀ ୨୦୨୧ରେ ଲଣ୍ଡନ ଓ ମୁମ୍ବାଇରେ ସୁଟିଂ ଆରମ୍ଭ ହେବ ।

ଫିଲ୍ମକୁ ନେଇ ଏକ୍ସାଇଟେଡ୍ ଥିବା ନୱାଜୁଦ୍ଦିନ ପ୍ରଥମେ ସ୍କ୍ରିପ୍ଟକୁ ଦେଖି ତୁରନ୍ତ ହଁ ଭରିଥିଲେ । ପରେ କୋ-ଷ୍ଟାରଙ୍କ କାଷ୍ଟିଂ ବି ତାଙ୍କୁ ପସନ୍ଦ ଆସିଥିଲା । ଅନ୍ୟପଟେ ନୱାଜୁଦ୍ଦିନ୍‌ଙ୍କ ସହ ପୁଣିଥରେ କାମ କରିବାକୁ ସୁଯୋଗ ପାଇଥିବା ଏଲନାଜ୍ ବି ନିଜକୁ ପ୍ରସ୍ତୁତ କରୁଛନ୍ତି ।

ନିର୍ଦ୍ଦେଶନା ଦେବା ସହ ଫିଲ୍ମର କାହାଣୀ ଭାର ମଧ୍ୟ ଜୟଦୀପ ଚୋପ୍ରା ସମ୍ଭାଳିଛନ୍ତି । ତା ଛଡା ରାପର୍ ରଫତାର୍ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବେ । ରାପିଂକୁ ବାଦ୍ ଦେଲେ ଏହି ଫିଲ୍ମ ଜରିଆରେ ରାପର୍ ରଫତାର୍ ପ୍ରଥମ ଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେବେ । ଫିଲ୍ମର ସୁଟିଂ ଆରମ୍ଭ ହୋଇନଥିଲେ ବି ୨୦୨୧ରେ ରିଲିଜ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.