ଭୁବନେଶ୍ବର: ରାଜ୍ୟରେ ଗତ ୫ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୭୯୯ ଜୀବନ ଗଲାଣି । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ।
ଏନେଇ ପଦ୍ନଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ହାତୀ ଏବଂ ବନ୍ୟଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ ହୋଇଛି । ବନ୍ୟଜନ୍ତୁଙ୍କ ଆକ୍ରମଣରେ ୧୯୬୨ ଜଣ ଆହତ ହୋଇଛନ୍ତି । ଏଥିମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୧୪୭ ଜଣଙ୍କ ମୃତ୍ୟୁ ହୋଇଛି ।
ସେହିପରି ଗତ ୫ ବର୍ଷରେ ବିଭିନ୍ନ କାରଣ ଯୋଗୁଁ ୨ହଜାର ୮୩୨ ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି ।