Latest Odisha News

ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ : ମହାମାରୀ କରୋନା କାଳରେ ଖୁସି ଖବର । କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଙ୍କ ପାଇଁ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ସମିତି ଏହି ନିଷ୍ପତ୍ତି ନେଇଛି । ଏହି ମହଙ୍ଗା ଭତ୍ତା (ଡିଏ)କୁ ୧୧ ପ୍ରତିଶତ ବଢ଼ାଇ ୧୭ ପ୍ରତିଶତରୁ ୨୮ ପ୍ରତିଶତ କରାଯାଇଛି । ଜୁଲାଇ ପହିଲାରୁ ଏହା ଲାଗୁ ହେବ ।

କୋଭିଡ ମହାମାରୀ କାରଣରୁ କେନ୍ଦ ସରକାରଙ୍କ କର୍ମଚାରୀଙ୍କ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନ ଭୋଗୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଆର)ର ୩ଟି କିସ୍ତିକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଏବେ ଏହି ମହଙ୍ଗା ଭତ୍ତାକୁ ୧୧ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଫଳରେ ମୂଳ ଦରମା ବା ପେନସନରେ ଏହାର ହାର ୧୭ ପ୍ରତିଶତରୁ ବୃଦ୍ଧି ହୋଇ ୨୮ ପ୍ରତିଶତ ହେବ ।

Leave A Reply

Your email address will not be published.