Latest Odisha News

BREAKING NEWS

ଓଡିଶା ସିନିୟର କ୍ରିକେଟ ଟିମର କୋଚ ହେଲେ ୱାସିମ ଜାଫର

ଭୁବନେଶ୍ୱର: ଭାରତର ପୂର୍ବତନ କ୍ରିକେଟର ୱାସିମ ଜାଫରଙ୍କୁ ବୁଧବାର ଓଡିଶା ସିନିୟର ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଆଗାମୀ ୨୦୨୧ରୁ ୨୩ ପର୍ଯ୍ୟନ୍ତ ଘରୋଇ ପ୍ରତିଯୋଗିତାରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ । ରଣଜୀ ଟ୍ରଫି କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ଏହି ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କ ଉପସ୍ଥିତି ଓଡିଶାକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।

ଇତି ମଧ୍ୟରେ ସେ ଉତରାଖଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ଚୟନ ନେଇ କମିଟିର ଅନ୍ୟ ସଦସ୍ୟଙ୍କ ସହ ତାଙ୍କର ମତଭେଦ ହେବା ପରେ ସେ ପଦରୁ ଓହରି ଯାଇଥିଲେ । ଜାଫର ଭାରତ ପକ୍ଷରୁ ୩୧ ଟେଷ୍ଟ ଖେଳିବା ସହ ୫ ଶତକ ମଧ୍ୟ ହାସଲ କରିଛନ୍ତି । ସେ ମାତ୍ର ୨ଟି ଦିନିକିଆ ମ୍ୟାଚ ଜାତୀୟ ଦଳ ପକ୍ଷରୁ ଖେଳିଛନ୍ତି । ୨୦୨୦ରେ ଜାଫର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।

Leave A Reply

Your email address will not be published.