ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କେଉଁ ଆଥଲେଟ ଭଲ ପ୍ରଦର୍ଶନ କରିବେ ସେ ନେଇ ଲୋକପ୍ରିୟ ଟାଇମ ମ୍ୟାଗାଜିନ ୪୮ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଏକମାତ୍ର ଭାରତୀୟ ଏବଂ ଶୁଟର ଭାବେ ସୌରଭ ଚୌଧୁରୀ ସ୍ଥାନ ପାଇଛନ୍ତି । ସୌରଭ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୬ ବର୍ଷ ମଧ୍ୟରେ ୨୨ ପଦକ ଜିତି ସାରିଛନ୍ତି । ଏଥିରେ ୮ ବିଶ୍ୱକପ ପଦକ ରହିଛି । ସେ ଏଥର ୧୦ ମିଟର ଏୟାର ପିସ୍ତଲ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମରେ ଭାଗ ନେବେ । ଜୁନିୟର ଏବଂ ସିନିୟର ବିଭାଗରେ ସେ ୧୦ ମିଟର ଏୟାର ପିସ୍ତଲରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ।
ଟାଇମ ମ୍ୟାଗାଜିନରେ ପ୍ରକାଶିତ ଅନ୍ୟ ଖ୍ୟାତନାମା ଆଥଲେଟଙ୍କ ମଧ୍ୟରେ ଜିମ୍ନାଷ୍ଟ ସିମୋନ ବାଇଲ୍ସ, ସ୍ପ୍ରଂଟର ଏଲିସନ ଫେଲିକ୍ସ, ନୋଆ ଲିଲ୍ସ, ଶେଲୀ ଏନ ଫ୍ରେଜର ଏବଂ ଲଙ୍ଗ ଡିଷ୍ଟାନ୍ସ ରନର ଏଲିଉଡ କିପଚୋଙ୍ଗ, ସନ୍ତରଣକାରୀ ସେଲେବେ ଡ୍ରେଜଲ, କେଟୀ ଲେଡେକେ ଓ ବାସ୍କେଟବଲ ଖେଳାଳି କେଭିନ ଡୁଂରଟ ସାମିଲ ।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.