Latest Odisha News

BREAKING NEWS

କେନ୍ଦ୍ର କର୍ମଚାରୀଙ୍କ ଲାଗି ଭଲ ଖବର; ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଭଲ ଖବର। କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ବୁଧବାର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବଢାଇ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ବର୍ଷ ଏହାକୁ ବନ୍ଦ କରାଯିବା ପରେ କେନ୍ଦ୍ର କ୍ୟାବିନେଟ୍ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ନିଶ୍ଚିତ। ପୂର୍ବରୁ ଜୁଲାଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରାଯିବା ନେଇ ଅନୁମାନ କରାଯାଉଥିଲା।

Comments are closed.