Latest Odisha News

BREAKING NEWS

ନ୍ୟାୟ ମାଗୁଛି ନାବାଳିକା

ସୁବର୍ଣ୍ଣପୁର : ନ୍ୟାୟ ମାଗୁଛି ନାବାଳିକା । ନାବାଳିକା ମୃତ୍ୟୁକୁ  ଦୁଇମାସ ହେଲା । ଏଯାଏଁ ମିଳିଲାନି ନ୍ୟାୟ । ବେଧଡକ ବୁଲୁଛି ଅପରାଧୀ ଆଉ ସୁରାକ ପାଉନି ପୁଲିସ । ଧର୍ଷଣ ଓ ହତ୍ୟା ଅଭିଯୋଗ କରି ଦୁଇମାସ ହେଲା ନ୍ୟାୟ ନ ପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି I ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଡଭଏଁରୋ ଗାଁର ଜଣେ ନାବାଳିକା ରେସମା ଗତ ମେ ୨୩ରୁ ଘରୁ ନିଖୋଜ ହୋଇଯାଇଥିଲେ I ପରିବାର ଲୋକ ଝିଅକୁ ଖୋଜାଖୋଜି କରି ପାଇନଥିଲେ I ଗୋଟିଏ ଦିନ ପରେ ଗାଁ ନିକଟ ଏକ ପରିତ୍ୟକ୍ତ ଯାଗାରେ ତାଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ I

BjdElectrycity

ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ମୃତ୍ୟୁର ଅନୁସନ୍ଧାନ ଆରମ୍ଭ କରିଥିଲା I ପରିବାର ଲୋକ ମଧ୍ୟ ସେହି ଯୁବକର ପରିଚୟ ଦେଇ ଧର୍ଷଣ ଓ ହତ୍ୟା ଅଭିଯୋଗ କରି ପୋଲିସରେ ଲିଖିତ ଅଭିଯୋଗ କରିଥିଲେ I ହେଲେ ଆଜକୁ ଦୁଇ ମାସ ବିତିଯାଇଥିଲେ ହେଁ ପୋଲିସ କୌଣସି ଅନୁସନ୍ଧାନ ଆରମ୍ଭ କରି ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି I

ଏପରିକି ନ୍ୟାୟ ପାଇଁ ପରିବାର ଲୋକ ବାରମ୍ବାର ତରଭା ପୋଲିସକୁ ଅଭିଯୋଗ କରି ନିରାଶ ହେବା ପରେ ବଳଦେବ ବେଦବାକଙ୍କ ନେତୃତ୍ବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି I ତୁରନ୍ତ ଦୋଶୀକୁ ଗିରଫ କରିବା ସହିତ ପୀଡିତାଙ୍କୁ ନ୍ୟାୟ ଦିଆ ନଗଲେ ଆଗକୁ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି I

Leave A Reply

Your email address will not be published.