Latest Odisha News

BREAKING NEWS

ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଆଡପ ଅବଢ଼ା

ପୁରୀ : ମହାପ୍ରଭୁଙ୍କ  ଆଡପ ଅବଢ଼ା ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଛି । ବ୍ୟବସ୍ଥା ଅନୁଯାୟୀ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି କାଉଣ୍ଟର ହୋଇଛି । ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ । ସୁଆର ମାହାସୁଆର ନିଯୋଗ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି । ଅନ୍ୟପଟେ କୋଭିଡ କଟକଣା ହେତୁ ଆଡପ ଦର୍ଶନ ବନ୍ଦ ରହିଛି ।

ପୁରାଣରେ ବର୍ଣ୍ଣନା ରହିଛି ମହାପ୍ରଭୁଙ୍କ ଆଡପ ମଣ୍ଡପରେ ଦର୍ଶନ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦଶ ହଜାର ଥର ଦର୍ଶନ ସହିତ ସମାନ । ସେଥିପାଇଁ ଭକ୍ତ ମାନେ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଦର୍ଶନ ଓ ଆଡପ ଅବଢ଼ା ପାଇବା ପାଇଁ ଦୂର ଦୁରାନ୍ତରୁ ଛୁଟି ଆସନ୍ତି। କିନ୍ତୁ କୋଭିଡ ମହାମାରୀ ଯୋଗୁ ଏସବୁ ବନ୍ଦ ରହିଛି। କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି

Leave A Reply

Your email address will not be published.