Latest Odisha News

BREAKING NEWS

ଇଲେକ୍ଟ୍ରିକ୍ ସୋରୁମରେ ଅଗ୍ନିକାଣ୍ଡ 8 ଜଣଙ୍କର ମୃତ୍ୟୁ

ସିକିନ୍ଦ୍ରାବାଦ: ସିକିନ୍ଦ୍ରାବାଦରେ ଗତକାଲି ରାତିରେ ଏକ  ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ନିଆଁ ଲାଗି 8 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଥମେ ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ନିଆଁ ଲାଗିବା ସହ ପରେ ସୋରୁମ କୁ ଲାଗିକି ଥିବା ଏକ ହୋଟେଲକୁ ବ୍ୟାପିଯାଇଥିଲା ନିଆଁ । ନିଆଁ ଲାଗିବା ଯୋଗୁ 8ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ଥିବା 13 ଜଣଙ୍କୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି ।

ଗତକାଲି  ରାତି 9ଟାରେ ସିକିନ୍ଦରାବାଦ ଠାରେ ଥିବା ଏକ ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ପ୍ରଥମେ ସଟ୍ ସର୍କିଟ ଯୋଗୁ ନିଆଁ ଲାଗିଥିଲା । ପରେ ସୋରୁମ କୁ ଲାଗି ରହିଥିବା ହୋଟେଲରେ ମଧ୍ୟ ନିଆଁ ଲାଗିଯାଇଥିଲା । ମୃତକଙ୍କ ମଧ୍ୟରୁ ଅନେକ ହୋଟେଲ କର୍ମଚାରୀ ବୋଲି ଜଣାପଡିଛି ।  ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ସର୍ଟ ସର୍କିଟରେ ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି, ଯାହା ଫଳରେ ପ୍ରଥମେ ଗୋଟିଏ ଗାଡ଼ିରେ ନିଆଁ ଲାଗିଥିଲା  ।

ପୋଲିସ କହିଛି ଯେ ରାତି ପ୍ରାୟ 9 ଟା ସମୟରେ ଇଲେକ୍ଟ୍ରିକ୍ ସ୍କୁଟର ଶୋ’ରୁମରେ ନିଆଁ ଲାଗିଯାଇଥିଲା  । ଖୁବ୍ ଶୀଘ୍ର ନିଆଁ ଓ ଧୂଆଁ ଶୋ’ରୁମ୍ ନିକଟସ୍ଥ ରୁବି ହୋଟେଲକୁ ବ୍ୟାପିଗଲା, ଯେଉଁଠାରେ ଅତି କମରେ 25 ଜଣ ଲୋକ ରହୁଥିଲେ  ।

Leave A Reply

Your email address will not be published.