Latest Odisha News

BREAKING NEWS

୮ କଲେଜ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍

ଭବାନିପାଟଣା: ଇ-ଆଡମିଶନ ନେଇ ଭୁବନେଶ୍ୱରରେ ହୋଇଥିବା ଟ୍ରେନିଂରେ ଯୋଗ ଦେଇ ନଥିବାରୁ ୮ କଲେଜ ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସରକାର ।

ମେ ୨୩ ଓ ୨୪ ଦୁଇଦିନ ଧରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତାଲିମ୍ ଶିବିର ଆୟୋଜନ ହୋଇଥିଲା । ଏଥିରେ ୟୁଜିସି ଦ୍ୱାରା ଆଡମିଶନ ନେଇ ଆସିଥିବା ନୂଆ ନିୟମ ବିଷୟରେ ଅଧ୍ୟାପକଙ୍କୁ ତାଲିମ୍ ଦିଆଯାଇଥିଲା ।

ତାଲିମ୍ ପାଇଁ ଉଚ୍ଚଶିକ୍ଷା ବିଭାଗ ଶହେଟି ଶିକ୍ଷାନୁଷ୍ଠାନକୁ ଜଣାଇଥିଲା । ଏଥିରେ ୩୦ଟି ନୋଡାଲ କଲେଜ, ୭୦ଟି ସାମ୍ସ ରିସୋର୍ସ ସେଣ୍ଟର ଥିଲା । ଟ୍ରେନିଂରେ ୯୧ଟି ଶିକ୍ଷାନୁଷ୍ଠାନ ସାମିଲ ହୋଇଥିବା ବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧିନରେ ଆସୁଥିବା କଲେଜ ଯୋଗ ଦେଇ ନଥିଲେ ।

ତେବେ କାହିଁକି ଏପରି ଅବହେଳା ହେଲା ? ଟ୍ରେନିଂ ଠାରୁ କାହିଁକି ଦୂରେଇ ରହିଲେ ଆଡମିଶନ୍ ଇନ୍-ଚାର୍ଜ ଓ ଡାଟା ଏଣ୍ଟ୍ରି ଅପରେଟର ? ଏନେଇ ଆସନ୍ତା ୨୯ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.