Latest Odisha News

BREAKING NEWS

୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ

ଭୁବନେଶ୍ୱର: ଗତ ୧୬ ମାସ ମଧ୍ୟରେ ଓଡ଼ିଶାର ଦୁଇଟି ସରକାରୀ କଲେଜରୁ ରାଗିଂର ଆଠଟି ଅଭିଯୋଗ ଆସିଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁକ୍ରବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି।

ତେବେ ଭୁବନେଶ୍ୱରର ବିଜେବି ସ୍ୱୟଂଶାସିତ କଲେଜ ଏବଂ ରାଉରକେଲାର ସରକାରୀ ସ୍ୱୟଂଶାସିତ କଲେଜରୁ ପ୍ରତ୍ୟେକ ଚାରୋଟି ଲେଖାଏଁ ଅଭିଯୋଗ ଆସିଥିବା ମନ୍ତ୍ରୀ କହିଛନ୍ତି।କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡମଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।

ବିଜେବି ସ୍ୱୟଂଶାସିତ କଲେଜର ସମସ୍ତ ଚାରୋଟି ଅଭିଯୋଗ ଗୁଡ଼ିକୁ ପାରସ୍ପରିକ ସହମତି ମାଧ୍ୟମରେ ସମାଧାନ କରାଯାଇଥିବା ନେଇ ସୂର୍ଯ୍ୟବଂଶୀ କହିଛନ୍ତି। ଅପରପକ୍ଷେ ରାଉରକେଲା କଲେଜର ଅଭିଯୁକ୍ତ ଛାତ୍ରମାନଙ୍କ ବିରୁଦ୍ଧରେ ଅନୁଷ୍ଠାନର ଆଣ୍ଟି-ରାଗିଂ ସେଲର ସୁପାରିଶ କ୍ରମେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି। ତେବେ ରାଗିଂ ଭଳି ଅଭିଯୋଗର ସମାଧାନ ପାଇଁ ଆଣ୍ଟି-ରାଗିଂ ସେଲଗୁଡ଼ିକ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏଥିସହ ରାଜ୍ୟ ସାରା ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜରୁ ରାଗିଂର ରିପୋର୍ଟ ସଂଗ୍ରହ କରାଯାଇ ଯଥାସମ୍ଭବ ସେଗୁଡ଼ିକର ସମାଧାନ କରାଯାଉଥିବା ନେଇ ସେ ଗୃହକୁ ଆଶ୍ୱାସନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଭାଗ ସମୟ ସମୟରେ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଦେଶାବଳୀ ଅନୁଯାୟୀ ରାଗିଂ ରୋକିବା ପାଇଁ  ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ସେ କହିଛନ୍ତି।

 

Leave A Reply

Your email address will not be published.