Latest Odisha News

BREAKING NEWS

ସୁରକ୍ଷିତ ଭାବେ ଓଡ଼ିଶା ଫେରିବେ ଲାଓସରେ ଫସିଥିବା ଓଡ଼ିଆ ଶ୍ରମିକ, ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲାଓସ୍‌ରେ ଓଡ଼ିଆ ଶ୍ରମିକ ଫସିରହିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ। ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ମାଟିକୁ ଫେରାଇ ଆଣିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁସାରେ ଅଧିକ ରୋଜଗାର କରିବା ଆଶାରେ କେନ୍ଦ୍ରାପଡା ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯାଇଥିବା ୩୫ ଜଣରୁ ଉର୍ଦ୍ଧ୍ବ ଶ୍ରମିକ ଲାଓସ ଦେଶକୁ ଯାଇଥିଲେ। ହେଲେ ସେଠାରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯାଉଥିବା ଏକ ଭିଡିଓ ପ୍ରକାଶ ପାଇଥିଲା। ଏହି ଭିଡିଓରେ ନିଜ ଦେଶକୁ ଫେରାଇ ନେବାକୁ ସରକାରଙ୍କୁ ଗୁହାରୀ କରିଥିଲେ ଶ୍ରମିକ। ସେପଟେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ମଧ୍ୟ ଦାବି କରିଥିଲେ।

ଘଟଣା ସମ୍ପର୍କରେ ରାଜ୍ୟ ସରକାର ଅବଗତ ହେବା ପରେ ଏହା ଉପରେ ପଦକ୍ଷେପ ନେଇଛନ୍ତି। ଶ୍ରମିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶ୍ରମ କମିଶନର ଲାଓସରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିଛନ୍ତି। ଦୂତାବାସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସେମାନେ ଓଡ଼ିଆ ଶ୍ରମିକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ କିପରି ସୁରକ୍ଷିତ ଭାରତ ଫେରିବେ ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବେ।

Leave A Reply

Your email address will not be published.