Latest Odisha News

BREAKING NEWS

କୋଭିଡ ପଜିଟିଭ ଚିହ୍ନଟ ହେଲେ କ୍ୟାପିଟାଲ ହସ୍ପିଟାଲର ଆଉ ୮ କର୍ମଚାରୀ

ଭୁବନେଶ୍ୱର: ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ମହାମାରୀ । ବିଶେଷ ଭାବେ ଏହା ରାଜଧାନୀରେ ବଢ଼ାଇ ଚାଲିଛି କାୟା । ସାଧାରଣ ଲୋକଙ୍କ ପରେ ଏବେ ଲଗାତାର କୋଭିଡ ଯୋଦ୍ଧାଙ୍କ ସଂକ୍ରମଣ ଖବର ସମ୍ନାକୁ ଆସୁଛି ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରୁ ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ହସ୍ପିଟାଲ ଡିଆଇସିର ଜଣେ କର୍ମଚାରୀ ରହିଥିବା ବେଳେ ଆଉ ୭ ଜଣ କରୋନା ଓପିଡିରୁ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ଏହି ହସ୍ପିଟାଲ କର୍ମଚାରୀମାନେ ବିଗତ ୪ ଦିନ ହେବ ଛୁଟିରେ ରହିଥିଲେ । ସେମାନଙ୍କର ନମୁନା ପଜିଟିଭ୍‌ ଆସିଛି ।

ଏହାକୁ ମିଶାଇ କ୍ୟାପିଟାଲ ହସ୍ପିଟାଲରୁ ମୋଟ ୪୮ ଜଣ ପଜିଟିଭ ଚିହ୍ନଟ ହେଲେଣି। ଏଥିରେ ୧୩ ଜଣ ହସ୍ପିଟାଲ ଷ୍ଟାଫ୍‌ ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.