Latest Odisha News

BREAKING NEWS

ଟ୍ରମ୍ପ କହିଲେ ଦୁଇ ସପ୍ତାହ ଭିତରେ ଦେବେ ଖୁସି ଖବର

ଓ୍ୱାଶିଂଟନ୍: କରୋନା ମହାମାରୀର ଚିକିତ୍ସା କ୍ଷେତ୍ରରେ ଆଗାମୀ ଦୁଇ ସପ୍ତାହ ଭିତରେ ଖୁସି ଖବର ଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଏଭଳି ଇସାରେ ଦେଇଛନ୍ତି । ଟ୍ରମ୍ପ ଏକ ପ୍ରେମସିଟରେ କହିଛନ୍ତି, କରୋନା ସଂକ୍ରମଣର ଚିକିତ୍ସା କ୍ଷେତ୍ରରେ ଆଗାମୀ ଦୁଇ ସପ୍ତାହ ଭିତରେ ବାସ୍ତବିକ ଭଲ ଖବର ଦେବେ । କିଛି ଘୋଷଣା କରିବା ସମ୍ଭାବନା ରହିଛି ।

ଏହାପୂର୍ବରୁ ଗତକାଲି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ (NIH) ଏକ ପ୍ରେସ ରିଲିଜରେ କହିଥିଲା ଯେ, ବାୟୋଟେକ୍ନୋଲୋଜି କମ୍ପାନୀ ମଡେର୍ଣ୍ଣା ଦ୍ୱାରା ପ୍ରସ୍ତୁତ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଛନ୍ତି ଆମେରିକା ବୈଜ୍ଞାନିକ । ୩୦ ହଜାର ସ୍ୱେଚ୍ଛାସେବୀଙ୍କ ପାଖରେ ଏହାର ପରୀକ୍ଷଣ କରାଯିବ ।

ମଡେର୍ଣ୍ଣା ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଅନ୍ତିମ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଛି । ଟିକା ବିକଶିତ କରିବା ପାଇଁ ଆମେରିକା ସରକାର ମଡେର୍ଣ୍ଣା କମ୍ପାନୀକୁ ୪୭୨ ମିଲିଅନ୍ ଅତିରିକ୍ତ ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏବେ ଟ୍ରମ୍ପ କି ଖୁସି ଖବର ଶୁଣାଇବେ ତାଉପରେ ସାରା ବିଶ୍ୱର ନଜର ବି ରହିଛି ।

Leave A Reply

Your email address will not be published.