Latest Odisha News

BREAKING NEWS

କରୋନା କାଳରେ ପ୍ରଥମ ଥର ଘଟିଲା ଏହି ୮ ଘଟଣା

ନୂଆଦିଲ୍ଲୀ: କରୋନା ମହାମାରୀ ଆମକୁ ଅନେକ ନୂଆ କଥା ଶିଖାଇଛି ଓ ଦେଖାଇଛି । ଆସନ୍ତୁ ଜାଣିବା ଏପରି କିଛି ଘଟଣା ଯାହା ଆମେ ପ୍ରଥମ ଥର କରୋନ କାଳରେ ଜାଣିବାକୁ ପାଇଲେ ।
ହଜ ଯାତ୍ରା ବନ୍ଦ: ପ୍ରଥମ ଥର ପାଇଁ ହଜ ଯାତ୍ରା ବନ୍ଦ ହୋଇଛି । ଆଧୁନିକ ଇତିହାସରେ ଏହା ପ୍ରଥମ ଘଟଣା ।
ମଣିଷ ଶରୀରରେ ଜିନ୍ ଏଡିଟିଂ: ୨୦୨୦ ମାର୍ଚ୍ଚରେ ପ୍ରଥମ ଥର ଆମେରିକା ବୈଜ୍ଞାନିକମାନେ ମଣିଷ ଉପରେ ଜିନ ଏଡିଟିଂ କରିବାରେ ସଫଳ ହୋଇଛନ୍ତି ।
ଉଡୁଥିବା କାରର ସପଳ ପରୀକ୍ଷଣ; ଜାପାନର ସ୍କାଏଡାଇଭ ଅଗଷ୍ଟରେ ପ୍ରଥମ ଥର ପାଇଁ ଉଡୁଥିବା କାରର ସଫଳ ପରୀକ୍ଷଣ କରିଛି । ଏହି ସାର୍ବଜନିକ ପରୀକ୍ଷଣ ପରେ ଏହାର ଚାହିଦା ବଢ଼ିଛି ।
କୋରିଆନ୍ ବ୍ୟାଣ୍ଡ ଆମେରିକାରେ ନଂ୧: ପ୍ରଥମ ଥର ପାଇଁ ଦକ୍ଷିଣ କୋରିଆର ପପ ବ୍ୟାଣ୍ଡ ବିଟିଏସର ଗୀତ ଡାଇନାମାଇଟ ବିଲବୋର୍ଡ ପତ୍ରିକାର ଶ୍ରେଷ୍ଠ ସ୍ଥାନ ହାସଲ କରିଛି ।
ବେଲୁନ ମାଧ୍ୟମରେ ଇଂଟରନେଟ ସେବା : କେନିୟାରେ ସୌରଉର୍ଜାରେ ଚାଲୁଥିବା ୩୫ ବେଲୁନ ମାଧ୍ୟମରେ ୪ଜି ଇଂଟରନେଟ ସେବା ।

ସୂର୍ଯ୍ୟଙ୍କ ସ୍ପଷ୍ଟ ଚିତ୍ର: ଅନ୍ତରୀକ୍ଷ ବୈଜ୍ଞାନିକମାନେ ଡେନିଏଲ କେ.ଇନୋୟୁଇଙ୍କ ସୋଲାର ଟେଲିସ୍କୋପ ମାଧ୍ୟମରେ ସୂର୍ଯ୍ୟଙ୍କ ସ୍ପଷ୍ଟ ଚିତ୍ର ଉତୋଳନ କରାଯାଇ ପାରିଥିଲା ।ଲୁଇ ବିଟନଙ୍କ ଫେସ୍ ଶିଲ୍ଡ: ଲଗଜରୀ ବ୍ରାଣ୍ଡ ଲୁଇ ବିଟନଙ୍କ ଫେସ୍ ଶିଲ୍ଡ ୭୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା ।

Leave A Reply

Your email address will not be published.