Latest Odisha News

BREAKING NEWS

ଡିସେମ୍ବର ୨୦୨୦ ରେ ଜେଏସପିଏଲର ସର୍ବାଧିକ ଉତ୍ପାଦନ ଏବଂ ବିକ୍ରୟ ରେକର୍ଡ

ଭୁବନେଶ୍ୱର : ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (ଜେଏସପିଏଲ) ଡିସେମ୍ବର -୨୦୨୦ରେ ରେକର୍ଡ ୭.୨୭ ଲକ୍ଷ ଟନ ଇସ୍ପାତ ମାସିକ ଉତ୍ପାଦନ କରିଛି । ଜେଏସପିଏଲର ଅନୁଗୁଳଠାରେ ଥିବା ସମନ୍ବିତ ଇସ୍ପାତ କାରଖାନା ଏହି ମାସରେ ତାର ସର୍ବାଧିକ ମାସିକ ଉତ୍ପାଦନ, ୪.୧୬ ଲକ୍ଷ ଟନ ହାସଲ କରିଥିବା ବେଳେ, ଏହାର ରାଇଗଡ଼ରେ ଥିବା ଇସ୍ପାତ କାରଖାନା ମଧ୍ୟ ସର୍ବଧିକ ମାସିକ ଉତ୍ପାଦନ, ୩.୧୧ ଲକ୍ଷ ଟନ ହାସଲ କରିଛି ।

ସେହିଭଳି ଡ଼ିସେମ୍ବର ୨୦୨୦ ରେ ଜେଏସପିଏଲ ୭.୧୧ ଟନ ଇସ୍ପାତ ବିକ୍ରୟ କରି ସର୍ବାଧିକ ମାସିକ ବିକ୍ରୟ ହାସଲ କରିଛି । ଆର୍ଥିକ ବର୍ଷ ୨୦୨୧ର ତୃତୀୟ ତ୍ରୈମାସରେ ଜେଏସପିଏଲ ୧୯.୩ ଲକ୍ଷ ଟନ ଇସ୍ପାତ ଉତ୍ପାଦନ କରିଛି । ଗତ ଆର୍ଥିକ ବର୍ଷ ର ଏହି ସମୟରେ ୧୬.୧ ଲକ୍ଷ ଟନ ଇସ୍ପାତ ଉତ୍ପାଦନ କରିଥିଲା । ସେହିପରି ଆର୍ଥିକ ବର୍ଷ ୨୦୨୦ ତୁଳନାରେ ଆର୍ଥିକ ବର୍ଷ ୨୦୨୧ର ତୃତୀୟ ତ୍ରୈମାସରେ ଜେଏସପିଏଲର ଇସ୍ପାତ ବିକ୍ରୟରେ ୧୨ ପ୍ରତିଶତ ବୃଦ୍ଧି ହୋଇ ୧୮.୮ ଲକ୍ଷ ଟନରେ ପହଁଛି । ଗତ ଆର୍ଥିକ ବର୍ଷ ତୁଳନାରେ ଆର୍ଥିକ ବର୍ଷ ୨୦୨୧ର ତୃତୀୟ ତ୍ରୈମାସରେ ଜେଏସପିଏଲର ରପ୍ତାନି ୧୮ ପ୍ରତିଶତ ବୃଦ୍ଧି ପାଇ ୩.୮୭ ଲକ୍ଷ ଟନ ହୋଇଛି, ଯାହାକି ସମୁଦାୟ ବିକ୍ରୟର ୨୧ ପ୍ରତିଶତ ।

କମ୍ପାନୀ ଏହି ସଫଳତାରେ ଜେଏସପିଏଲର ପରିଚାଳନା ନିର୍ଦେଶକ ଭି. ଆର. ଶର୍ମା କହିଛନ୍ତି ଯେ, ଏହି ସଫଳତାର ଶ୍ରେୟ ଜେଏସପିଏଲର ସମସ୍ତ କର୍ମଚାରୀମାନଙ୍କୁ ଯାଉଛି, କାରଣ ସେମାନେ କୌଣସି ଅଧିକ ପୁଞ୍ଜି ଖର୍ଚ୍ଚ ନ କରି, ଉପଲବ୍ଧ ଉତ୍ପାଦନ କ୍ଷମତାର ସୁବିନିଯୋଗ କରି ଏହି ରେକର୍ଡ ହାସଲ କରିଛନ୍ତି ।

Leave A Reply

Your email address will not be published.