Latest Odisha News

BREAKING NEWS

ଉଦ୍ଧାର ହେଲା ୮ ଫୁଟ୍ ଲମ୍ବର ଅଜଗର ସାପ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ୟାଙ୍କ କଲୋନୀରୁ ଉଦ୍ଧାର ହେଲା ବିରାଟକାୟ ଅଜଗର ସାପ । ସ୍ଥାନୀୟ ବାସିନ୍ଦା ରବି ପତଙ୍ଗଙ୍କ ଘର ପଛପଟୁ ଏକ ୮ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି । ପରବର୍ତ୍ତୀ ସମୟରେ ସାପଟିକୁ ଉଦ୍ଧାର କରାଯାଇଥିବା ସୂଚନା ।

ଆଜି ସକାଳୁ ରବି ପତଙ୍ଗଙ୍କ ପରିବାର ଲୋକେ ଫୁଲ ତୋଳିବାକୁ ବାଡି ପଛପଟକୁ ଯାଇଥିଲେ । ସେହି ସମୟରେ ସାପଟିକୁ ଦେଖି ଭୟଭୀତ ହୋଇ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଚି ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ଅଜଗର ସାପର ଓଜନ ୨୦ କି.ଗ୍ରାରୁ ଅଧିକ ଥିବାବେଳେ ତାକୁ ସହରଠୁ ଦୂରରେ ଜଙ୍ଗଲରେ ଛଡାଯାଇଥିବା ସୂଚନା ।

Leave A Reply

Your email address will not be published.