Latest Odisha News

BREAKING NEWS

ବିଗ୍‌ ବସ ୧୫; ସପ୍ତାହକୁ ୨୫ କୋଟି ନେବେ ସଲମାନ୍‌!

ନୂଆଦିଲ୍ଲୀ: ଟେଲିଭିଜନ ଜଗତର ସବୁଠାରୁ ବିବାଦୀୟ ଶୋ ‘ବିଗ୍ ବସ୍’ର ୧୫ ତମ ସିଜନ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଶୋ’ର ଗ୍ରାଣ୍ଡ ପ୍ରିମିୟର ଆଜି ରାତି ୯ଟାରେ ଅନୁଷ୍ଠିତ ହେବ। ଯେଉଁଥିରେ ବଲିଉଡ ଅଭିନେତାମାନେ ହୋଷ୍ଟିଂ କରୁଥିବା ଦେଖିବାକୁ ମିଳିବ।

ଏହି ସମୟରେ ସୋ’ର ପ୍ରିମିୟର ଆରମ୍ଭ ହେବା ପୂର୍ବରୁ ସଲମାନଙ୍କ ପାଉଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର ଅନୁଯାୟୀ ସବୁଥର ପରି ଏଥର ମଧ୍ୟ ସଲମାନ ତାଙ୍କ ସୋ ଆୟୋଜନ ପାଇଁ ଫି ବଢାଇ ଦେଇଛନ୍ତି ଏବଂ ନିର୍ମାତାମାନେ ସେ ମାଗିଥିବା ମୂଲ୍ୟ ଦେଉଛନ୍ତି। ବର୍ତ୍ତମାନ ସଲମାନ ଗୋଟିଏ ଏପିସୋଡ୍ ପିଛା ୨୫ କୋଟି ନେବେ ବୋଲି ଜଣାପଡ଼ିଛି।

ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ୧୪ ସପ୍ତାହ ପାଇଁ (୨୮ଟି ଏପିସୋଡ୍) ବିଗ୍ ବସ୍ ୧୫ ଆୟୋଜନ କରିବା ପାଇଁ ସଲମାନଙ୍କୁ ୩୫୦ କୋଟି ଅର୍ଥାତ୍ ସପ୍ତାହକୁ ପ୍ରାୟ ୨୫ କୋଟି ଟଙ୍କା ପ୍ରଦାନ କରାଯିବ। ତେବେ ଏପର୍ଯ୍ୟନ୍ତ ଏହି ଖବରକୁ ନେଇ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇ ନାହିଁ।

Leave A Reply

Your email address will not be published.