Latest Odisha News

BREAKING NEWS

୮ ଫୁଟର ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ହିଞ୍ଜଳାପଲ୍ଲୀରୁ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର କର୍ମକର୍ତ୍ତା । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ବନାଞ୍ଚଳ ହିଞ୍ଜଳାପଲ୍ଲୀ ବାଉରି ସାହିର ଏକ ପରିତ୍ୟକ୍ତ ଘର ନିକଟରୁ ସାହି ମଧ୍ୟକୁ ଏକ ଅଜଗର ସାପ ପଶି ଆସିଥିଲା । ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଜଗର ସାପ ଗାଁରେ ବୁଲୁଥିବା ଖବର ଦେଇଥିଲେ ।

ସଙ୍ଗେ ସଙ୍ଗେ ବନ ବିଭାଗ କର୍ମଚାରୀ ଜଣଙ୍କ ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ସାପଟିକୁ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ କପିଳେଶ୍ୱର ଦାସ ସହଯୋଗ କରିଥିଲେ ।

ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୮ ଫୁଟ୍ ରହିଥିବା ସେ କହିଛନ୍ତି । ଉଦ୍ଧାର ସାପଟିକୁ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନପାଳ ବାବୁ ସେଠୀଙ୍କ ଉପସ୍ଥିତିରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.