Latest Odisha News

୨୦୨୨ ବ୍ୟାଚର ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର: କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ବ୍ୟାଚର ୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯାଇଛି।

ମନ୍ତ୍ରଣାଳୟ ଅଧୀନରେ ଥିବା କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଗୁରୁବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ୨୦୨୨ରେ ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା (ସିଏସ୍ଇ)ରେ ୧୭୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହି ପ୍ରାର୍ଥୀଙ୍କ ମଧ୍ୟରୁ ଆଠ ଜଣଙ୍କୁ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ତିନି ଜଣ ଓଡ଼ିଶାର ହୋଇଥିବା ବେଳେ ଅନ୍ୟ ତିନି ଜଣ ବାହାର ରାଜ୍ୟର ବୋଲି ଜଣାପଡ଼ିଛି। ଓଡ଼ିଶା କ୍ୟାଡରର ଆଇଏଏସ୍ ଅଫିସର ହେଉଛନ୍ତି ଉତ୍ତରପ୍ରଦେଶର ପ୍ରେକ୍ଷା ଅଗ୍ରଓ୍ୱାଲ, ଓଡ଼ିଶାର ପ୍ରଣିତା ଦାଶ, ଓଡ଼ିଶାର କସ୍ତୁରୀ ପଣ୍ଡା, ନାଗାଲାଣ୍ଡର ୟିମ୍କୁମ୍ ଆଇ ଓଜୁକମ୍, ମହାରାଷ୍ଟ୍ରର ଦୁଧାଲ ଆଖିଶେକ ଦିଲ୍ଲୀପ, କେରଳର ଆଶନୀ ଏଏଲ, ଓଡ଼ିଶାର ତେଜସ୍ୱିନୀ ବେହେରା ଓ ତାମିଲନାଡୁର ସି. ସର୍ବାନନ ଏହି ସଫଳତା ପାଇଛନ୍ତି।

ସେହିପରି ଓଡ଼ିଶାର ଦୁର୍ଗା ପ୍ରସାଦ ଅଧିକାରୀ ଓ ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆଙ୍କୁ ଛତିଶଗଡ଼ ଓ ତାମିଲନାଡୁ କ୍ୟାଡର ପ୍ରଦାନ କରାଯାଇଛି।

Leave A Reply

Your email address will not be published.