Latest Odisha News

BREAKING NEWS

ପରଲୋକରେ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଶରତ ମିଶ୍ରଙ୍କ ପରଲୋକ । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ, (ଏମ୍‌ସ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି ।

ଖବର ଅନୁଯାୟୀ, ଶ୍ରୀ ମିଶ୍ର ଦୈନିକ ‘ସମାଜ’ର ପୂର୍ବତନ ସମ୍ପାଦକ ଥିଲେ । ସେ ଦିର୍ଘ ଦିନ ଧରି ଦୈନିକ ଖବର କାଗଜ ‘ସମାଜ’ ରେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ । ‘ ସମ୍ବାଦ ଖବର କାଗଜ ଆରମ୍ଭ ବେଳେ ସେ ବାର୍ତ୍ତା ସମ୍ପାଦକ ଥିଲେ। ଇଷ୍ଟର୍ଣ୍ଣ ଟାଇମ୍ସ’ ଗ୍ରୁପରୁ ସେ ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ‘ଅନୁପମ ଭାରତ’ର ପ୍ରତିଷ୍ଠାତା ସମ୍ପାଦକ ଭାବେ ମଧ୍ୟ ସୁଖ୍ୟାତି ଅପଣାଇଥିଲେ ।

ସେହିପରି ଭୁବନେଶ୍ବରରୁ ପ୍ରକାଶିତ ‘ପ୍ରତିନିଧି’ ପତ୍ରିକାର ମଧ୍ୟ କିଛି ବର୍ଷ ସମ୍ପାଦନା ଦାୟିତ୍ବରେ ଥିଲେ । କୋଲକାତାରୁ ପ୍ରକାଶିତ ଅମୃତ ବଜାର ପତ୍ରିକା ପାଇଁ ସେ ଦୀର୍ଘ ଦିନ ଧରି କାମ କରୁଥିଲେ ।

୧୯୩୬ ମସିହାରେ ଗଞ୍ଜାମ ଜିଲ୍ଲା ସୋରଡାରେ ଜନ୍ମ ଗ୍ରହଣ କରିଥିଲେ ଶରତ ମିଶ୍ର । ଓଡିଆ, ଇଂରାଜୀ ସହିତ ଅନେକ ଭାଷାରେ ଶ୍ରୀ ମିଶ୍ରଙ୍କର ବେଶ ପାରଦର୍ଶିତା ଥିଲା । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି । ତାଙ୍କର ପରଲୋକରେ ବହୁ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.