Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (ଅଷ୍ଟମ ଅଧ୍ୟାୟ)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଓ ରୀତିନୀତି ବର୍ଣ୍ଣିତ ଗ୍ରନ୍ଥମାନଙ୍କ ମଧ୍ୟରେ ଅନ୍ୟତମ ଗ୍ରନ୍ଥ ନୀଳାଦ୍ରି ମହୋଦୟ ଗ୍ରନ୍ଥର ବିଭିନ୍ନ ଅଧ୍ୟାୟରେ ବର୍ଣ୍ଣିତ ଶ୍ଳୋକ ମାଧ୍ୟମରେ ଆମେ ଶ୍ରୀଜୀଉମାନଙ୍କ ପୂଜା ବିଧି ଆଲୋଚନା କରୁଥିଲେ। ଆଜି ସେହି କ୍ରମରେ ଅଷ୍ଟମ ଅଧ୍ୟାୟ ଆଲୋଚନା ଆରମ୍ଭ କରିବା ।

ଅଷ୍ଟମ ଅଧ୍ୟାୟ ଶ୍ଳୋକ ୨୧ରୁ ୨୭:-

ଏହି ଶ୍ଳୋକରେ ବର୍ଣ୍ଣିତ ହୋଇଛି ଯେ ସନ୍ଧ୍ୟା ଧୂପରେ ଦହି, ଅଦା, ଜିରା ଓ ଲୁଣ ମିଶ୍ରିତ ସଜ ପଖାଳ ଶ୍ରୀଜୀଉମାନଙ୍କୁ ଅର୍ପଣ କରାଯିବ। ଅର୍ଚ୍ଚକ /ପୂଜକ ପଞ୍ଚରାତ୍ର ବିଧିରେ ଠାକୁରମାନଙ୍କ ପୂଜା କରି ପାରିବେ। କେବଳ ଶ୍ରୀବିଗ୍ରହମାନଙ୍କ ପ୍ରାତଃ କାଳିନ ପୂଜାରେ ଶ୍ରୀଜଗନ୍ନାଥଙ୍କ ବାଳକୃଷ୍ଣ ବେଶ ରୂପକୁ ଧ୍ୟାନ କରିବେ। କାରଣ ଶ୍ରୀଜଗନ୍ନାଥଙ୍କ ରୂପରେ ଶ୍ରୀକୃଷ୍ଣଙ୍କୁ ଭାବନା କାରାଯାଏ।

ଅଷ୍ଟମ ଅଧ୍ୟାୟ ଶ୍ଳୋକ ୨୮- ୨୯ :-

ଏହି ଶ୍ଳୋର ଅର୍ଥ ହେଲା ଯେହେତୁ ଶ୍ରୀଜଗନ୍ନାଥଙ୍କ ରୁପକୁ ଶ୍ରୀକୃଷ୍ଣଙ୍କ ରୂପ ସ୍ୱରୂପ ଭାବନା କାରାଯାଏ, ତେଣୁ ମଧ୍ୟାହ୍ନ ପୂଜାରେ ଶ୍ରୀଜଗନ୍ନାଥଙ୍କୁ କିଶୋର କୃଷ୍ଣ ଭାବନାରେ ଧ୍ୟାନ କରିବେ। ସେହିପରି ଭାବରେ ସନ୍ଧ୍ୟାକାଳୀନ ପୂଜାରେ ଶ୍ରୀଜଗନ୍ନାଥଙ୍କ ସ୍ୱରୂପକୁ ଶ୍ରୀକୃଷ୍ଣଙ୍କ ଦ୍ୱାରିକାଧିଶ ରୂପ ଅବା ରୁକ୍ମିଣୀ, ସତ୍ୟଭାମା ଆଦିଙ୍କ ସ୍ୱାମୀ ରୂପରେ ଦ୍ୱାରିକାପୁରୀରେ ଥିବା ଶ୍ରୀକୃଷ୍ଣଙ୍କ ରୂପରେ ଧ୍ୟାନ କରିବେ। ପ୍ରାତଃ ଓ ମଧ୍ୟାହ୍ନ ପୂଜାରେ କର୍ପୁର ଆରତି କାରାଯା। ସନ୍ଧ୍ୟାକାଳୀନ ପୂଜାରେ ସାତବାର ଆଳତି ହେବ ଓ ଏହାପରେ ପିଠାଉ ଆଳତି ହେବ। ଏହି ମହା ଆଳତି ସ୍ଵର୍ଣ ପାତ୍ରରେ କରାଯିବା ବିଧେୟ।

ଆଗାମୀ ଅଧ୍ୟାୟରେ ଜାଣିବା ସେହି ଅଷ୍ଟମ ଅଧ୍ୟାୟ ଶ୍ଳୋକ ୫୧-୫୪ଓ ୬୬-୬୮ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ମର୍ତ୍ତ୍ୟ ମଣ୍ଡଳେ ଜନ୍ମ ହୋଇ
ଦେବତା ହୋଇଲେ ମରଇ।
ଯାବତ ଅଛି ମୋହପାଶ
ତlବତ ପିଣ୍ଡ ହୁଏ ନାଶ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.