Latest Odisha News

BREAKING NEWS

Indigo Flights Cancelled: ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ବାତିଲ

ଭୁବନେଶ୍ୱର: ଏବେବି ସୁଧୁରିନି ସ୍ଥିତି । ଇଣ୍ଡିଗୋ ବିମାନ ଚଳାଚଳରେ ଜାରି ରହିଛି ଅଚଳାବସ୍ଥା । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮ଟି ବିମାନ ଉଡାଣ ବାତିଲ କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାତିଲ ହୋଇଥିବା ଉଡ଼ାଣଗୁଡ଼ିକର ଏକ ବିବରଣୀ ପ୍ରକାଶ କରାଯାଇଛି ।

ବାତିଲ ହୋଇଥିବା ଉଡ଼ାଣ ଗୁଡିକ ହେଲା…
୬୭୯୩ ଭୁବନେଶ୍ବର-କୋଲକାତା ସକାଳ ୬ଟା ୧୦
୬୩୨୧ ଭୁବନେଶ୍ବର-ଡେରାଡୁନ ସକାଳ ୬ଟା ୨୦
୧୪୧ ଭୁବନେଶ୍ବର-ଚେନ୍ନାଇ ସକାଳ ୮ଟା ୧୦
୮୫୮ ଭୁବନେଶ୍ବର-ଗୋଆ ପୂର୍ବାହ୍ନ ୧୧ଟା ୩୫
୬୦୬୧ ଭୁବନେଶ୍ବର-ମୁମ୍ବାଇ ଅପରାହ୍ନ ୧୬ଟା ୧୫
୫୨୯ ଭୁବନେଶ୍ବର-ବେଙ୍ଗାଲୁରୁ ରାତି ୨ଟା ୨୫
୬୩୧ ଭୁବନେଶ୍ବର-ହାଇଦ୍ରାବାଦ ରାତି ୨୨ଟା ୧୦
୮୦୬ ଭୁବନେଶ୍ବର-ଦିଲ୍ଲୀ ରାତି ୨୨ଟା ୨୦

https://twitter.com/aaibpiairport/status/1998805091374215311

ବିମାନ ସୁରକ୍ଷା ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ୧ ଡିସେମ୍ବରଠାରୁ ଇଣ୍ଡିଗୋ ଉଡ଼ାଣ ସୂଚୀ ୫% ହ୍ରାସ କରିଛି । ଏପରି ସଙ୍କଟର ସମ୍ମୁଖୀନ ହୋଇନଥିବା ହେତୁ ସରକାର ଇଣ୍ଡିଗୋକୁ ଏହାର ବିମାନ ଉଡାଣ ସ୍ବାଭାବିକ କରିବାକୁ ଏବଂ ଯାତ୍ରୀମାନଙ୍କ ଅସୁବିଧାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚେତାବନୀ ସତ୍ତ୍ୱେ ବିମାନ ବାତିଲ ଜାରି ରହିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଯାତ୍ରୀମାନଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଥିଲେ । ପ୍ରଭାବିତ ଯାତ୍ରୀମାନଙ୍କୁ ଖାଦ୍ୟ, ପାଣି ଏବଂ ଜରୁରୀକାଳୀନ ଆବଶ୍ୟକତା ସମେତ ସୁଗମ ସେବା ଯୋଗାଇ ଦିଆଯାଉଛି । ସେ ଏହା ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ବିମାନବନ୍ଦର କର୍ତ୍ତୃପକ୍ଷ, ଇଣ୍ଡିଗୋ ଏୟାରଲାଇନ୍ସ ଏବଂ CISF ସମସ୍ୟାର ସମାଧାନ ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.