Latest Odisha News

BREAKING NEWS

ସ୍ପା’ରେ ସିରିଜ ଗୁଳିମାଡ଼, ୮ ଜଣଙ୍କର ମୃତ୍ୟୁ

ଜର୍ଜିଆ(ଆମେରିକା): ଆମେରିକାର ଜର୍ଜିଆରେ ଗୁଳିକାଣ୍ଡ । ତିନିଟି ପୃଥକ ପୃଥକ ସ୍ପା’ରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ୮ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୋଲିସ ହେପାଜତରେ ନେଇଛି । ତାଙ୍କୁ ପଚରାଉଚରା ଚାଲିଛି । ଗତକାଲି ଜର୍ଜିଆର ତିନିଟି ସ୍ପାରେ ସିରିଜ ଗୁଳିମାଡ଼ ହୋଇଥିଲା ।

ଜର୍ଜିଆର ରାଜଧାନୀ ଆଟ୍‌ଲାଣ୍ଟାରେ ଥିବା ‘ୟଙ୍ଗସ୍‌ ଏସିଆନ୍‌ ମାସେଜ୍‌’ରେ ଘଟିଥିବା ଗୁଳିକାଣ୍ଡରେ ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୨ଜଣ ଏସୀୟ ମହିଳା ଅଛନ୍ତି । ସେହିପରି ନର୍ଥଇଷ୍ଟ ଆଟଲାଣ୍ଟାରେ ଗୋଟିଏ ସ୍ପା’ରେ ୪ ଜଣ ଓ ଅନ୍ୟ ଗୋଟିଏ ସ୍ପା’ରେ ଜଣଙ୍କର ଗୁଳିମାଡ଼ରେ ଜୀବନ ଯାଇଛି ।

ଗୁଳିମାଡ଼ର କିଛି ସମୟ ପରେ ଅଭିଯୁକ୍ତକୁ କାବୁ କରାଯାଇଥିଲା । ଗିରଫ ଅଭିଯୁକ୍ତ ନାଁ ରବର୍ଟ ଆରୋଙ୍ଗ ଲଙ୍ଗ । ତିନିଟିଯାକ ଗୁଳିମାଡ଼ ଘଟଣାରେ ତାର ସଂପୃକ୍ତି ରହିଛି କି ନାହିଁ ସେଦିଗରେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.