Latest Odisha News

BREAKING NEWS

କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସାରୁ ଗୁଳିମାଡ଼

ବ୍ରହ୍ମପୁର: କୁକୁର ବୁଲାଇବାକୁ କେନ୍ଦ୍ର କରି ପ୍ରଥମେ ଝଗଡ଼ା ପରେ ଗୁଳିମାଡ଼ । ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳେ ଏଭଳି ଘଟିଛି । ସୂଚନା ଅନୁସାରେ ବୈଦ୍ୟନାଥପୁର ଥାନା ଖଡ଼ା ସିଂ ଧୋବାସାହିର ଜଣେ ଯୁବକ ରାତିରେ ବାହାରେ କୁକୁରକୁ ବୁଲାଉଥିଲେ ।

ଯାହାର ପ୍ରତିବାଦ କରିଥିଲେ ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ । କୁକୁର ବୁଲାଇବାକୁ ନେଇ ସମ୍ପୃକ୍ତ ଯୁବକ ଓ ବ୍ରହ୍ମପୁର ମହାନଗର ନିଗମର କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପର ସହଯୋଗୀଙ୍କ ସହ ମିଶି BeMCର ସଫେଇ କର୍ମଚାରୀ ଯୁବକଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ ।

ତେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ ଜଣଙ୍କ । ବୈଦ୍ୟନାଥପୁର ପୋଲିସ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ମାଉଜର ଜବତ କରିଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଥିବା କହିଛି ।

Leave A Reply

Your email address will not be published.