Latest Odisha News

BREAKING NEWS

ଆଜିଠାରୁ ଭୋପାଳ, ଇନ୍ଦୋରରେ ରାତ୍ରି କର୍ଫ୍ୟୁ ଲାଗୁ

ଭୋପାଳ: ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଉଥିବାରୁ ମଧ୍ୟପ୍ରଦେଶ ସରକାର ମଙ୍ଗଳବାର ଦିନ ଭୋପାଳ ଏବଂ ଇନ୍ଦୋର ମ୍ୟୁନିସିପାଲିଟି ଅଞ୍ଚଳରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଅନ୍ୟ ଆଠଟି ସହରରେ ରାତି ୧୦ ଟାରେ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜିଠାରୁ ଠାରୁ ଏହି ପ୍ରତିବନ୍ଧକ ଲାଗୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ କୋଭିଡ-୧୯ ସ୍ଥିତିର ସମୀକ୍ଷା କରିବା ପରେ ସିଏମ ଶିବରାଜ ସିଂ ଚୌହାନ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଇନ୍ଦୋର ଏବଂ ଭୋପାଳ ସହରରେ ରାତି ୧୦ ଟାରୁ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଜାରି ରହିବ।

ଜରୁରୀକାଳୀନ ସେବା କର୍ଫ୍ୟୁରୁ ମୁକ୍ତ ହେବ। ବିମାନ, ଟ୍ରେନ୍ କିମ୍ବା ବସ୍ ଯୋଗେ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ୧୦ଟା ପରେ ମଧ୍ୟ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅନୁମତି ଦିଆଯିବ। ଇନ୍ଦୋର, ଭୋପାଳ, ଜବଲପୁର, ଗ୍ୱାଲିଅର, ଉଜୈନ, ରତ୍ଲାମ, ଛିନ୍ଦୱାରା, ବୁରହାନପୁର, ବେତୁଲ ଏବଂ ଖାରଗୋନ ସହରରେ ଦୋକାନବଜାର ବନ୍ଦ ରହିବ।

Leave A Reply

Your email address will not be published.