Latest Odisha News

BREAKING NEWS

ଭିଟାମାଟିକୁ ଫେରିଲେ ଦୁବାଇରେ ଫସିଥିବା ୮ ଶ୍ରମିକ, ସରକାରଙ୍କୁ ଦେଲେ ଧନ୍ୟବାଦ

ଖଲ୍ଲିକୋଟ: ଦୁବାଇକୁ କାମ କରିବାକୁ ଯାଇ ଫସିଥିଲେ ୧୫ ଶ୍ରମିକ  । ଆଜି ୮ ଶ୍ରମିକ ନିଜ ଭିଟାମାଟିକୁ ଫେରିଛନ୍ତି । ବାକି ୭ ଜଣ ଶ୍ରମିକ ଖୁବ ଶୀଘ୍ର ନିଜ ଗାଁକୁ ଫେରିବେ ବୋଲି ସୂଚନା ଦେଇଛି ଛତ୍ରପୁର ଶ୍ରମ ବିଭାଗ  । ତେବେ ନିଜ ଜନ୍ମମାଟିକୁ ଫେରିଥିବା ଶ୍ରମିକମାନେ ହେଉଛନ୍ତି ଲଙ୍ଗଳେଶ୍ବର ଗାଁର ସଦାଶିବ ପଲେଇ , ଶିବରାମ ବେହେରା , ବୀର କିଶୋର ବେହେରା, ବୀପିନ ବେହେରା , ଅଜୟ ବେହେରା,  ବସନ୍ତ କୁମାର ରାଉଳ, ସଞ୍ଜୟ ମହାରଣା ଓ ନକୁଳ ବେହେରା ।

ସୂଚନା ଅନୁସାରେ ଅଧିକ ପଇସା ରୋଜଗାର ଆଶାରେ ଖଲ୍ଲିକୋଟ ଲଙ୍ଗଳେଶ୍ବର, ତେନ୍ତୁଳିଆପଲ୍ଲୀ, ବାକୁଟି ଗାଁର ୨୦ ଜଣ ଶ୍ରମିକ ୧୦ ମାସ ତଳେ କାମ କରିବାକୁ  ଦୁବାଇ ଯାଇଥିଲେ । ଦୁଇ ଜଣ ଠିକାଦାର ଏମାନଙ୍କୁ ଟୁରିଷ୍ଟ ବସରେ ଦୁବାଇ ପଠାଇଥିଲେ । ଏପରିକି ସେମାନଙ୍କୁ ମାସକୁ ୩୫ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । କମ୍ପାନୀ ସେମାନଙ୍କୁ ଠିକରେ ପାରିଶ୍ରମିକ ନ ଦେଇ ୩-୪ ମାସ ହେବ କାମ କରାଇ ଚାଲିଥିଲା । ପାରିଶ୍ରମିକ ମାଗିଲେ କମ୍ପାନୀ ସେମାନଙ୍କୁ ଭୟଭୀତ କରାଉଥିଲା । ଶେଷରେ ୫ ଜଣ ଶ୍ରମିକ କୌଶଳକ୍ରମେ ସ୍ବଦେଶ ଫେରିଆସିଥିଲେ । ଆଉ ବାକି ୧୫ ଜଣ ଫସିରହିଥିଲେ ।

ଫଳରେ ସେମାନେ ସେଠାରୁ  ଭିଡିଓ ବାର୍ତ୍ତା ଜରିଆରେ ସେମାନଙ୍କୁ ଫେରାଇ ଆଣିବାକୁ ଅନୁରେଧ କରିଥିଲେ  । ଏ ନେଇ ପରିବାର ଲୋକେ ଭେଜିପୁର ଫାଣ୍ଡିରେ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ , ଏବଂ ଶ୍ରମ ବିଭାଗ ର ମିଳିତ ଉଦ୍ୟମରେ ୮ ଜଣ ଶ୍ରମିକଙ୍କୁ ନିଜ ମାଟିକୁ ଫେରାଇ ଅଣାଯାଇଥିଲା । ଆଉ ବାକି ୭ ଶ୍ରମିକ ଏବେବି ଫସି ରହିଛନ୍ତି । ସେମାନଙ୍କ କାଗଜପତ୍ର କାମ ଚାଲିଛି , ପୁରା ହୋଇଗଲେ ଖୁବ୍ ଶୀଘ୍ର ସେମାନେ ନିଜ ଭିଟାମାଟିକୁ ଫେରିବେ ବୋଲି କହିଛନ୍ତି ଛତ୍ରପୁର ଭାରପ୍ରାପ୍ତ ଶ୍ରମ ଅଧିକାରୀ ।

Leave A Reply

Your email address will not be published.