Latest Odisha News

BREAKING NEWS

ଛତିଶଗଡ: ଏନକାଉଣ୍ଟରରେ ୮ ମାଓବାଦୀ ନିହତ, ୨ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଅନ୍ତର୍ଗତ ସୁକମା ଜିଲ୍ଲା କିସ୍ତରାମ ନିକଟସ୍ଥ ଏକ ଜଙ୍ଗଲରେ ସୁରକ୍ଷକର୍ମୀ ଓ ମାଓବାଦୀଙ୍କ ଗୁଳି ବିନିମୟରେ ୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସୁକମା ଆରକ୍ଷୀ ଅଧିକ୍ଷକ ଅଭିଷେକ ମୀନା କହିଛନ୍ତି “ସୂଚନା ଅନୁଯାୟୀ ସ୍ଥାନୀୟ ସୁକମା ଜିଲ୍ଲା କିସ୍ତରାମ ନିକଟସ୍ଥ ଏକ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀମାନଙ୍କୁ ଖବର ମିଳିଥିଲା। ଏହି ଖବର ମିଳିବା ପରେ ସିଆରପିଏଫ୍, ଡିଆରଜି ଓ ଏସପିଏଫର ମିଳିତ ଉଦ୍ୟମରେ ଗଠିତ ଏକ ଟିମ୍ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା”।

ହି ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଭୟଭୀତ ହୋଇ ସୁରକ୍ଷାକର୍ମୀମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ତେବେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣରେ ୮ ଜଣ ମାଓବାଦୀ ନିହତ ହୋଇଥିଲାବେଳେ ୨ଜଣ ଯବାନ ସହିଦ ହୋଇଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ସଂପୃକ୍ତ ଅଞ୍ଚଳରେ ଆଉ କେତେକ ମାଓବାଦୀ ଲୁଚି ରହିଥିବାରୁ ସେମାନଙ୍କୁ ଧରିବା ପାଇଁ ସଂପୃକ୍ତ ଅଞ୍ଚଳକୁ ଘେରାଉ କରାଯିବା ସହ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସୁରକ୍ଷାକର୍ମୀମାନେ ବହୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରି ଥିବାନେଇ ଜଣାପଡିଛି ।

Leave A Reply

Your email address will not be published.