Latest Odisha News

BREAKING NEWS

ହକି ବିଶ୍ୱକପ ଲାଗି କଟକ ବାରବାଟୀ ଚଳଚଞ୍ଚଳ

କଟକ : ରାଜଧାନୀରେ ହକି ଫିଭର ଜାରି ରହିଥିବା ବେଳେ କଟକରେ ନଭେମ୍ବର ୨୮ରେ ହେବାକୁ ଥିବା ମେଗା ଇଭେଣ୍ଟ କୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ବାରବାଟୀ ଷ୍ଟାଡିୟମରେ ଏହି ଇଭେଣ୍ଟ ସନ୍ଧ୍ୟା ୫ଟା ୩୦ ବେଳକୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ଗଣମାଧ୍ୟମକୁ ସୂଚନା ଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି “ମେଗା ଇଭେଣ୍ଟ ଦିନ ପ୍ରାୟ ଅପରାହ୍ନ ୨ଟା ବେଳକୁ ବାରବାଟୀ ଷ୍ଟାଡିୟମର ଗେଟ୍ ଦର୍ଶକମାନଙ୍କ ପାଇଁ ଖୋଲାଯିବ” ।

ଫଳରେ ବିନା କୌଣସି ଅସୁବିଧା ତଥା ଶୃଙ୍ଖଳାର ସହିତ ଦର୍ଶକମାନେ ଆରାମରେ ଷ୍ଟାଡିୟମ୍ ମଧ୍ୟକୁ ପ୍ରବେଶ କରିପାରିବେ ।

ଅନ୍ୟପକ୍ଷରେ ଏହି ମେଗା ଇଭେଣ୍ଟ କୁ ଆଖି ଆଗରେ ରଖି ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ଏଥିସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ସଶସ୍ତ୍ର ପୋଲିସ ବାହିନୀ ସହ ପ୍ରାୟ ୪୫ ପ୍ଲାଟୁନ ପୋଲିସ ଫୋର୍ସ ଷ୍ଟାଡିୟମ୍ ଏବଂ ତା’ ପାଖପାଖ ଅଞ୍ଚଳରେ ମୁତୟନ ରହିବା ନେଇ ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.