Latest Odisha News

BREAKING NEWS

ରାଜଧାନୀରୁ ଗିରଫ ଲୁଟେରା ଗ୍ୟାଙ୍ଗର ଟାର୍ଗେଟରେ ଥିଲା ମେସ୍

ଭୁବନେଶ୍ୱର: ରାଜଧାନୀରୁ ଗିରଫ ୮ ଜଣିଆ ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ସୂଚନା ଦେଇଛି କମିଶନରେଟ୍ ପୋଲିସ । ଏମାନେ ଖାରବେଳ ନଗର, ସହିଦ ନଗର, ନୟାପଲ୍ଲୀ, ଖଣ୍ଡଗିରି ଥାନାର ବିଭିନ୍ନ ଅଂଚଳରୁ ମୋଟରସାଇକେଲ, ମୋବାଇଲ ଓ ଲ୍ୟାପଟପ୍ ଚୋରିର ଅଭିଯୋଗ ରହିଛି । ଗିରଫଙ୍କ ମଧ୍ୟରେ ୪ ଜଣ ଅଭିଯୁକ୍ତ ଥିବା ବେଳେ ଅନ୍ୟଚାରି ଜଣ ଏହି ଲୁଟ୍ ଜିନିଷକୁ ଗ୍ରହଣ କରିଥିବାର ଅଭିଯୋଗ ରହିଛି । ଗିରଫମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ଦୁଇଟି ଗ୍ରୁପ କରି ଏମାନେ ଲୁଟ୍‌ପାଟ କରୁଥିଲେ । ଗୋଟିଏ ଗ୍ରୁପ ଖଣ୍ଡଗିରି ଓ ତମାଣ୍ଡୋ ଅଂଚଳର ବିଭିନ୍ନ ମେସକୁ ଟାର୍ଗେଟ କରି ଛାତ୍ରଛାତ୍ରୀଙ୍କ ମୋବାଇଲ ଓ ଲ୍ୟାପଟପ୍ ଚୋରି କରୁଥିଲେ । ଅନ୍ୟ ଗ୍ରୁପଟି ଭୋରରୁ ଲୋକଙ୍କୁ ଏକୁଟିଆ ଦେଖି ମୋବାଇଲ ଫୋନ ଓ ବାଇକ ଛଡାଇ ନେଉଥିଲେ ।

ଏହି ଅଭିଯୁକ୍ତମାନଙ୍କଠାରୁ ୭୦ଟି ମୋବାଇଲ, ୨୩ ଲ୍ୟାପଟପ୍‌, ୯ଟି ବାଇକ ଓ ୨ଟି ଏଲଇଡି ଟିଭି ଜବତ ହୋଇଛି । ଏମାନଙ୍କ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ପ୍ରାୟ ୧୧ଟିରୁ ଅଧିକ ମାମଲା ରହିଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.