Latest Odisha News

BREAKING NEWS

ରାଜ୍ୟରୁ ଆଉ ୮ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୪୫୬

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

BjdElectrycity

ବରଗଡ଼, ଭଦ୍ରକ, ବଲାଙ୍ଗିର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରୁ ଜଣେ ୪୫ ବର୍ଷୀୟ ପୁରୁଷ ଓ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରେ ମୃତ୍ୟୁବରଣ କରିଥିବା ଦୁଇ ପୁରୁଷ କରୋନା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୬୫ ଓ ୫୬ ବର୍ଷ ।

ବରଗଡ଼ରେ ୬୧ ବର୍ଷୀୟ ମହିଳା, ଭଦ୍ରକରେ ୬୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ଜୀବନ ଯାଇଛି । ବଲାଙ୍ଗିରରେ ୪୦ ବର୍ଷୀୟ ଯୁବକ ଓ ରାୟଗଡ଼ା ଜିଲ୍ଲାରେ ୬୦ ବର୍ଷୀୟ ପୁରୁଷ ସଂକ୍ରମିତଙ୍କ ଜୀବନ ନେଇଛି କରୋନା ।

Leave A Reply

Your email address will not be published.