Latest Odisha News

BREAKING NEWS

କରୋନାର ନୂଆ ରେକର୍ଡ: ୨୪ ଘଣ୍ଟାରେ ରାଜ୍ୟରେ ୩, ୬୮୨ ପଜିଟିଭ୍

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ ବୃଦ୍ଧି । ରାଜ୍ୟରେ କରୋନା ସଂକ୍ରମଣ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୬୮୨ ନୂଆ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ ।

କ୍ୱାରେଣ୍ଟିନ ସେଣ୍ଟରରୁ ୨ ହଜାର ୨୪୧ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧ ହଜାର ୪୪୧ । ୯ଟି ଜିଲ୍ଲାରୁ ଶହେରୁ ଅଧିକ ଲେଖାଏଁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।


ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୬୮ । ଆକ୍ଟିଭ୍ କେସ୍ ୨୮ ହଜାର ୮୩୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୬୫ ହଜାର ୩୨୩ କରୋନା ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କ ୬୯ ପ୍ରତିଶତ ସୁସ୍ଥ ହେଲେଣି ।

ଗତ ତିନି ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧୦ ହଜାର ୪୩୭ ନୂଆ ଆକ୍ରାନ୍ତ । ୨୬ ତାରିଖରେ ୩, ୩୮୪ ଓ ୨୫ ତାରିଖରେ ବାହାରିଥିଲା ୩,୩୭୧ ପଜିଟିଭ୍ କେସ୍ । ଅଧିକ ଟେଷ୍ଟିଂ ହେଉଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

Leave A Reply

Your email address will not be published.