Latest Odisha News

BREAKING NEWS

ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ ଗିରଫ, ଅନ୍ୟମାନଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ଗତକାଲି (ରବିବାର) ଏୟାରପୋର୍ଟ ଛକ ନିକଟରେ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ ଘଟଣା । ଏଥିରେ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ବର୍ତ୍ତମାନ ୮ ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ବେଳେ, ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ ପାଇଁ ପାଲିସ ପକ୍ଷରୁ ଯୋରଦାର ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

ତେବେ ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟ ଛକ ନିକଟରେ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଛନ୍ତି । ରାକା ଓ ଶିବା ନାମକ ଯୁବକ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ଶିବା ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆହତ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଶିବାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ହେଲେ ଶିବାଙ୍କ ବନ୍ଧୁ ରାକା ଙ୍କ ର ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡିଛି ।

ଉଭୟ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଜମି ଜମା ବିବାଦରୁ ଏହି ଆକ୍ରମଣ ହୋଇଥିବା ପ୍ରାରମ୍ଭିକ ସୂଚନା ରହିଛି । ଗିରଫ ଅଭିଯୁକ୍ତମାନେ କେବିଏନ ଗ୍ରୁପ୍ କରି ଏପରି ଆତଙ୍କ ରଚୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.