Latest Odisha News

ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରା ଗିରଫ, ମୋବାଇଲ ଚୋରି କରି ଖାଲି କରୁଥିଲେ ଆକାଉଣ୍ଟ

ଭୁବନେଶ୍ବର: ପୋଲିସ ହାତରେ ପାହାଡି ଗ୍ୟାଙ୍ଗ । ୨୨ ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କଲା କମିଶନରେଟ ପୋଲିସ । ତେବେ ଗିରଫ ସମସ୍ତ ୮ ଜଣ ଲୁଟେରା ଝାଡ଼ଖଣ୍ଡର ହୋଇଥିବା ସୂଚନା ଦେଇଛି ପୋଲିସ ।

ସୂଚନା ଅନୂସାରେ, ଏହି ପାହାଡି ଗ୍ୟାଙ୍ଗ ଦୀର୍ଘ କିଛି ଦିନ ହେବ ମୋ ବସ୍ ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ଲୁଟ୍ କରୁଥିଲେ । ମୋବାଇଲ ଲୁଟ୍ କରିବା ପରେ ଉକ୍ତ ବ୍ୟକ୍ତିଙ୍କର ୟୁପିଆଇ ଆକାଉଣ୍ଟରୁ କୌଶଳ କ୍ରମେ ଟଙ୍କା ଖାଲି କରିଦେଉଥିଲେ । ରାଜ୍ୟ ଓ ରାଜ୍ୟ ବାହାରେ ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି ।

କେବଳ ଓଡିଶା ନୁହେଁ ଏମାନଙ୍କ ନାଁ ରେ ରାଜ୍ୟ ବାହାରେ ମଧ୍ୟ ଅନେକ ଅପରାଧୀକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ହାତରେ ୮ ଜଣ ଲୁଟେରା ଧରା ପଡିଥିବାବେଳେ, ଅନ୍ୟମାନଙ୍କୁ ଧରିବା ନେଇ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.