Latest Odisha News

BREAKING NEWS

କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ, କହିଲେ ଆଉ ନିର୍ବାଚନ ଲଢିବିନାହିଁ

ଭୁବନେଶ୍ଵର: କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ । ଖୋର୍ଦ୍ଧାରେ ସ୍ଵର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି-  ଓଡିଶାକୁ ଭଲପାଇବାର କିଛି ନମୁନା ଯଦି ଖୋଜିବାକୁ ଚାହାଁନ୍ତି ମୁଁ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସେଥିପାଇଁ ଉପସ୍ଥାପିତ କଲେ କିଛି ଭୁଲ ହେବ ନାହିଁ । ସେ ଏକ ସଫଲ କାହାଣୀର ନାୟକ ଥିଲେ । ଆଜିକାଲିର ଯୁବପିଢୀ ଏଭଳି ନାୟକ ମାନଙ୍କର ସଫଳତାକୁ ଆହୁରି ଦ୍ଵିଗୁଣିତ କରିବା ପାଇଁ ଉଦ୍ୟମ କରନ୍ତୁ । ଅଧିକ ସାହାସୀ ଓ ସ୍ଵାଭିମାନି ହୁଅନ୍ତୁ ।

୧୯୯୦ ମସିହା ବିକାଶ ଯାହା ଥିଲା ୨୦୨୪ ମସିହା ତାହା କେବେ ହେବନାହିଁ । ଅନେକ କିଛି ଜିନିଷ ହଜି ଯାଇଛି, ଅନେକ କିଛି ନୂଆ ଜିନିଷ ହୋଇଛି । ଏହା ହିଁ ବିଧିର ନିୟମ । ତେଣୁ ୩୦/୪୦ ବର୍ଷ ବ୍ୟବଧାନକୁ ତୁଳନା କଲେ କିଛି ଲାଭ ହେବ ନାହିଁ । ବିକାଶ ନାଁରେ ରାସ୍ତାଘାଟ, କୋଠାବାଡ଼ି କରିଦେଲେ ବିକାଶ ହୁଏ ନାହିଁ । ବାହ୍ୟ ବିକାଶ ତୁଳନାରେ ଓଡ଼ିଆଙ୍କ ଅସ୍ମିତା ବିକାଶର ଅଭାବ ରହିଛି । ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଂକୋଚ କରୁନାହାନ୍ତି ।

ନିର୍ବାଚନ ଲଢିବାକୁ ନେଇ ସୌମ୍ୟ କହିଛନ୍ତି ଯେ, ନିର୍ବାଚନ ଲଢ଼ିବି କି ନାହିଁ ନିଷ୍ପତ୍ତି ନେଇନି। ମୋଟ ଉପରେ ମୁଁ ପ୍ରାୟ ଲଢ଼ିବି ନାହିଁ। ମୋର ଦଳ ନାହିଁ କି ଖବରକାଗଜ ନାହିଁ। ମୋର କିଛି ନାହିଁ। ମୋର ଓଡ଼ିଶାକୁ ଭଲ ପାଇବାର ସାହାସଟି ଅଛି। ତାକୁ ନେଇ ମୁଁ ଆଗେଇବି।

ସେହିପରି ସାମ୍ବାଦିକତା ଛାଡିବା ପ୍ରଶ୍ନର ଉତ୍ତରରେ ସୌମ୍ୟ କହିଛନ୍ତି ଯେ, ‘ଯେଉଁ ସାମ୍ବାଦିକମାନଙ୍କୁ ମୁଁ ତିଆରି କରିଥିଲି, ସେହି ସାମ୍ବାଦିକମାନଙ୍କ ଗୁଣ ଦେଖିକି ମୁଁ ସଂପାଦକ ପଦ ଛାଡ଼ି ଦେଲି। ମିଛ କଥାକୁ ନେଇ ଏଫଆଇଆର ଦେବେ। ତାକୁ କିଏ ବରଦାସ୍ତ କରିବ।’ ପୂର୍ବରୁ ସାମ୍ବାଦିକତା ଛାଡିଥିଲି ରାଜନୀତି ପାଇଁ ବର୍ତ୍ତମାନ ସାମ୍ବାଦିକତା ଛାଡିଛି ସାମ୍ବାଦିକ ମାନଙ୍କର ଗୁଣ ଦେଖିକି ।

 

 

 

Leave A Reply

Your email address will not be published.