Latest Odisha News

BREAKING NEWS

ସ୍ଥାପନ ହେଲା ଶୁଭ ଖମ୍ବ, ପାଞ୍ଚ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ

ନୂଆପଡା: ଚଳିତ ମାସର ୨୯ ତାରିଖ ରୁ ୫ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ ୨୦୨୪  l ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଖଡ଼ିଆଳ ମହୋତ୍ସବ ୨୦୨୪ ପାଇଁ ଶୁଭ ଖମ୍ଭ ସ୍ଥାପନ କରାଯାଇଛି l ଏହି ଖମ୍ଭ ସ୍ଥାପନ ଉତ୍ସବରେ ଯୋଗ ଦେଇଥିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ l

ଚଳିତ ମାସ ର ୨୯ ତାରିଖ ରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଖଡ଼ିଆଳ ମହୋତ୍ସବ ଚାଲିବ  l ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଶତାଧିକ ଷ୍ଟଲ ପଡିବ l ବିଭିନ୍ନ ରାଜ୍ୟର ଲୋକନୃତ୍ୟରେ ଦୁଲୁକିବ ମଞ୍ଚ । ମହିସୁର ପ୍ୟାଲେସ ସଦୃଶ୍ୟ ମହୋତ୍ସବ ମଞ୍ଚ ହେବା ସାଙ୍ଗକୁ ଚଳିତ ବର୍ଷ ଧୁମ ଧାମ ରେ ଖଡ଼ିଆଳ ମହୋତ୍ସବ ପାଳନ ପାଇଁ ଅଣ୍ଟା ଭିଡିଛି ମହୋତ୍ସବ କମିଟି l ପ୍ରତ୍ୟେକ ବର୍ଷ ଭଳି ଶେଷ ରଜନୀ ଅର୍ଥାତ ଷ୍ଟାର ନାଇଟ ପ୍ରୋଗ୍ରାମରେ ପ୍ରସିଦ୍ଧ ବଲିଉଡ ଗାୟକ, ଗାୟିକା ସୁରସେ ୱାଡେକର ଓ କବିତା କୃଷ୍ନମୂର୍ତି ଯୋଗଦେବା ର କାର୍ଯ୍ୟକ୍ରମ ଥିବାରୁ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି ।

 

Leave A Reply

Your email address will not be published.