Latest Odisha News

ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ୮ ସାର୍ପ ସୁଟର ଚିହ୍ନଟ

୮ ସନ୍ଦିଗ୍ଧ ଅପରାଧୀଙ୍କ ଫଟୋ ଜାରି

ଚଣ୍ଡିଗଡ଼: ବହୁ ଚର୍ଚ୍ଚିତ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ମାମଲାରୁ ପରଦା ଉଠିଛି । ସିଦ୍ଧୁଙ୍କୁ ହତ୍ୟା କରିଥିବା ସାର୍ପ ସୁଟରଙ୍କୁ ଚିହ୍ନଟ କରିସାରିଛି ପୋଲିସ । ପୋଲିସ କହିବା ଅନୁସାର ହତ୍ୟାକାଣ୍ଡରେ ଜଡିତ ସାର୍ପ ସୁଟରମାନେ ହେଉଛନ୍ତି ମନପ୍ରୀତ ଭୋଲୁ, ଜଗରୂପ ସିଂ ରୂପା, ସନ୍ତୋଷ ଯାଦବ, ସୁଭାଷ ବନୋନ୍ଦା, ସୌରଭ ମହାକାଲ, ହରକମଲ ସିଂ ରାନୁ, ପ୍ରିୟବ୍ରତ ଫୌଜୀ, ମନପ୍ରୀତ ମନ୍ନୁ ।

BjdElectrycity

ଏହି ସମସ୍ତ ଅପରାଧୀ ତିହାର ଜେଲରେ ସଜ୍ଜା କାଟୁଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ବୋଲି କହିଛି ପଂଜାବ ପୁଲିସ । ଏମାନେ ହେଉଛନ୍ତି ସିଙ୍ଗର ସିଦ୍ଧୁ ମୁସେୱାଲଙ୍କ ୮ ହତ୍ୟାକାରୀ । ମେ ୨୯ ତାରିଖରେ ପଞ୍ଜ।।ବର ମନସାରେ ସିଦ୍ଧୁ ମୁସେୱାଲଙ୍କୁ ହତ୍ୟା କରିଥିଲେ ଏହି ୮ ସାର୍ଫ ସୁଟର । ହତ୍ୟାକାଣ୍ଡର ୮ଦିନ ପରେ ଏବେ ଏମାନଙ୍କ ଚିହ୍ନଟ କରିଛି ପଞ୍ଜାବ ପୁଲିସର ଏସଆଇଟି ଟିମ । ମହାରାଷ୍ଟ୍ର ରାଜସ୍ଥାନ, ପଞ୍ଜାବ ଓ ହରିଆଣରେ ଲୁଚିଥିବା ଏହି ଅପରାଧୀଙ୍କୁ ଖୋଜିବା ପାଇଁ ପଞ୍ଜାବ ପୁଲିସର ସ୍ୱତନ୍ତ୍ର ଟିମ ଭିନ୍ନ ଭିନ୍ନ ରାଜ୍ୟରେ ପହଁଞ୍ଚି ଜୋରଦାର ଚଢାଉ କରୁଛି ।

ହତ୍ୟାକାଣ୍ଡର ଯାଞ୍ଚ ଭିତରେ ସାମ୍ନାକୁ ଆସିଛି ଯେ ମେ ୨୯ରେ ସିଦ୍ଧୁଙ୍କୁ ହତ୍ୟା କରାଯିବାର ଠିକ କିଛି ସମୟର ପୂର୍ବରୁ ସିସିଟିଭିରେ କଏଦ ହୋଇଥିଲା ଏକ  ଭିଡିଓ । ଭିଡିଓରେ ସିଦ୍ଧୁ ମୁସେୱାଲା ଘରୁ ବାହାରୁଥିବା ସମୟରେ ତାଙ୍କ ଗାଡି ନିକଟରେ କିଛି ଲୋକ ତାଙ୍କୁ ଅପେକ୍ଷା କରିଥିଲେ । ସେମାନଙ୍କ ଭିତରୁ ଜଣେ ବ୍ୟକ୍ତି ସିଦ୍ଧୁଙ୍କ ସହ ସେଲଫି ମଧ୍ୟ ନେଇଥିଲେ । ପୁଲିସର ସୂଚନା ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତି ନାଁ ଖେକଡା ।  ଖେକଡ଼ା ହିଁ  ସାର୍ପ ସୁଟରଙ୍କୁ ସିଦ୍ଧୁଙ୍କ ଗତିବିଧିର ସୂଚନା ଦେଇଥିଲା । ସୂଚନା ପାଇବା ପରେ ସିଦ୍ଧୁଙ୍କ ଗାଡିକୁ ପିଛା କରି ହତ୍ୟାକାଣ୍ଡ ଘଟାଯାଇଥିଲା ।

ଏଥିସହ ପଞ୍ଜାବ ପୁଲିସ କହିଛି ସିଦ୍ଧୁ ହତ୍ୟାକାଣ୍ଡରେ ମୋଟ ୧୦ଜଣ ଶାର୍ପ ସୁଟର ସାମିଲ ଅଛନ୍ତି । ୮ଜଣ ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗର ଓ ୨ଜଣ ଅନ୍ୟ ଏକ କୁଖ୍ୟାତ ଗ୍ୟାଙ୍ଗର । ହତ୍ୟା କରିବା ପୂର୍ବରୁ ୬ଜଣ ସ।ର୍ପ ସୁଟର ହରିଆଣା,ରାଜସ୍ଥାନ ଓ ମହାରାଷ୍ଟ୍ରରୁ ପଞ୍ଜାବକୁ ଆସିଥିଲେ । ଅନ୍ୟ ୨ ଜଣ ଅପରାଧୀ ପଞ୍ଜାବରେ ପୂର୍ବରୁ ଥିଲେ ।  ହତ୍ୟାକାଣ୍ଡର ୩ଦିନ ପୂର୍ବରୁ କୋଟକପୁରାରେ ଏମାନେ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.