Latest Odisha News

BREAKING NEWS

ଯୁବକମାନଙ୍କ ପାଇଁ ସେନା ଆଣୁଛି ନୂଆ ସୁଯୋଗ

 ସେନାରେ ଯୁବକଙ୍କୁ ୪ ବର୍ଷ ପାଇଁ ମିଳିବ ନିଯୁକ୍ତି!

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ସେନା ନୂଆ ପ୍ଲାନ କରିଛି । ଅଧିକରୁ ଅଧିକ ଯୁବକ ଦେଶସେବାରେ ଯୋଗଦେବାକୁ ସେନା  ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବଦଳିବାକୁ ଯାଉଛି । ଏବେ ସେନାରେ ଅଧିକ ଯୁବ ଗାେଷ୍ଠୀଙ୍କୁ ନିଯୁକ୍ତି ଦିଆଯିବ ପୁଣି କମ ଦିନ ପାଇଁ ନିଯୁକ୍ତି ଦିଆଯିବ ।  ଆଶା କରାଯାଉଛି କି ସରକାର ଚଳିତ ସପ୍ତାହରେ ଏନେଇ ଘୋଷଣା କରିପାରନ୍ତି । ସରକାର ଏହି ପ୍ରକ୍ରିୟାରେ ନିଯୁକ୍ତିକୁ ‘ଅଗ୍ନିପଥ’ ବୋଲି ନାମକରଣ କରାଯାଇଛି । ମୋଦିଙ୍କର ଏହା ଏକ ଡ୍ରିମ ପ୍ରୋଜେକ୍ଟ ବୋଲି ଧରାଯାଉଛି ।

ରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏନେଇ ନିଷ୍ପତ୍ତି ନେବାର ଶେଷ ପର୍ଯ୍ୟାୟରେ ପହଁଚିସାରିଲେଣି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହି ନୂଆ ଯୋଜନାର ଆରମ୍ଭ କରି ମୋଦି ଚାହୁଁଛନ୍ଚତି ଦେଶରେ ଯୁବଗୋଷ୍ଠୀ ଶାରୀରିକ, ମାନସିକ ଏବଂ ନିର୍ଣ୍ଣୟ କ୍ଷେତ୍ରରେ ଆତ୍ମନିର୍ଭର ହୁଅନ୍ତୁ । ଯୁବଗୋଷ୍ଠୀଙ୍କୁ ସେନାରେ  କେବଳ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ଏହି ସୈନିକମାନଙ୍କୁ ଅଗ୍ନିବୀର ବୋଲି କୁହାଯିବ । ଏହି ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା ସୈନିକଙ୍କୁ ୯ ମାସ ସ୍ଥାନରେ କେବଳ ୬ ମାସ ଟ୍ରେନିଂ ଦିଆଯିବ । ଏହାପରେ ସେମାନେ ସେନାରେ ଅବଶିଷ୍ଟ ୩.୬ ବର୍ଷ ଚାକିରି କରିବେ ।

ନିଯୁକ୍ତି ପରେ ଏହି ସୈନିକମାନଙ୍କୁ ମାସିକ ପାଖାପାଖି 25ରୁ 30  ହଜାର ଟଙ୍କା ବେତନ ମିଳିବ । ଚାକିରି ବେଳେ ସେମାନଙ୍କ ଦରମାରୁ ପ୍ରତିମାସ ସରକାର କିଛି କାଟିବେ ଓ ଯେତିକି କାଟିବେ ତା ସହିତ ସେତିକି ଯୋଡି ସେମାନଙ୍କୁ ଅବସର ବେଳେ ପ୍ରଦାନ କରାଯିବ । ସରକାରଙ୍କ ଏଭଳି ଯୋଜନା ଦ୍ୱାରା ସେନାରେ ଯୁବକଙ୍କ ସଂଖ୍ୟା ବିଢିବ । ପ୍ରତିବର୍ଷ ସର୍ବାଧିକ ପରିମାଣର ସୈନିକ ଅବସର ନେବେ ଓ ନୂଆ ଯୁବକଙ୍କୁ ଚାକିରି ମିଳିବ ।

Leave A Reply

Your email address will not be published.