Latest Odisha News

BREAKING NEWS

ଯାଞ୍ଚ ବେଳେ କଟିଲା ୮ ହଜାର ୬୪୮ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଯାଞ୍ଚ । ଯାଞ୍ଚ ବେଳେ କଟିଛି ୮ ହଜାର ୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର । ଯାଞ୍ଚ ପରେ ଏବେ ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ ରହିଛି । ସରପଞ୍ଚ ପଦ ପାଇଁ ୩୨ ହଜାର ୮୬୦ ପ୍ରାର୍ଥିପତ୍ର କାଏମ ରହିଛି । ସେହିଭଳି ପଞ୍ଚାୟତ ସମିତି ପାଇଁ ୨୭ ହଜାର ୩୪ ଜଣ ଏବଂ ଓ୍ବାର୍ଡ ମେମ୍ବର ପଦ ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ପ୍ରାର୍ଥିପତ୍ର କାଏମ ରହିଛି ।

BjdElectrycity

ସେପଟେ ଜିଲ୍ଲା ପରିଷଦ ପାଇଁ ୩ ହଜାର ୭୬୭ ଜିଲ୍ଲା ପରିଷଦ ନାମାଙ୍କନ କାଏମ ରହିଛି । ମୋଟ ୨ ଲକ୍ଷ ୨୯ ହଜାର ୬୨ଟି ପ୍ରାର୍ଥିତ୍ର ଦାଖଲ ହୋଇଥିଲା । ଏଥିରେ ୧ ଲକ୍ଷ ୬୨ ହଜାର ୨୯୭ଟି ଓ୍ବାର୍ଡମେମ୍ବର ପାଇଁ ନାମାଙ୍କନ ଦାଖଲ ହୋଇଥିଲା । ସେହିଭଳି ସରପଞ୍ଚ ପାଇଁ ୩୪ ହଜାର ୬୧୩, ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଓ ଜିଲ୍ଲା ପରିଷଦ ପାଇଁ ୩ ହଜାର ୯୯୯ ଜଣଙ୍କ ମୋଟ୍ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା ।

୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ, ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ଫେବ୍ରୁଆରୀ ୧୬ରୁ ସାରା ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବ । ସେହିପରି ଫେବ୍ରୁଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ହେବ । ଏଥର ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ରାଲି ଉପରେ କଟକଣା ଜାରି ହୋଇଛି । କେବଳ ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀ ଡୋର ଟୁ ଡୋର ପ୍ରଚାର କରିପାରିବେ ।

Bjd_BSKY

ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧ ହଜାର ୯୧୩ ଜଣ ୱାର୍ଡମେମ୍ବର, ୬୭୯୪ ଜଣ ସରପଞ୍ଚ, ୬୭୯୩ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ ।

Comments are closed, but trackbacks and pingbacks are open.