Latest Odisha News

BREAKING NEWS

ସରଗରମ ହେଲା ୟୁପି ରାଜନୀତି : ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ଓଓ୍ବେସି କଲେ ଅଜବ ଘୋଷଣା

ଉତ୍ତରପ୍ରଦେଶ : ସରଗରମ ହେଉଛି ଉତ୍ତରପ୍ରଦେଶ ରାଜନୀତି । କିଏ କ୍ଷମତାକୁ ଆସିବ ତାକୁ ନେଇ ପୂରା ରାଜନୀତି ଚଳଚଞ୍ଚଳ । ଏହାରି ଭିତରେ ଉତ୍ତରପ୍ରଦେଶ ରାଜନୀତିକୁ ଆହୁରି ରୋମାଞ୍ଚକର କରିଦେଇଛନ୍ତି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସିଙ୍କ । କାରଣ ନିର୍ବାଚନ ଲାଗି ଓଓ୍ବେସି କରିଛନ୍ତି ଏବ ଅଜବ ଘୋଷଣା । ଯଦି ନିର୍ବାଚନରେ ତାଙ୍କ ମେଣ୍ଟ କ୍ଷମତାକୁ ଆସେ, ତେବେ ରାଜ୍ୟରେ ୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଓ ୩ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ଘୋଷଣା କରିଛନ୍ତି ଅସଦୁଦ୍ଦିନ ଓଓ୍ବେସି ।

ୟୁପି ନିର୍ବାଚନ ଲାଗି ବାବୁ ସିଂ କୁସ୍ବାହା ଓ ଭାରତ ମୁକ୍ତି ମୋର୍ଚ୍ଚା ସହ ଏଆଇଏମଆଇମର ମେଣ୍ଟ ଘୋଷଣା ଅବସରରେ ସେ ଏହା କହିଛନ୍ତି । ଯଦି ଏହି ମେଣ୍ଟ କ୍ଷମତାକୁ ଆସେ, ତେବେ ପଛୁଆ ବର୍ଗରୁ ଜଣେ ଏବଂ ଦଳିତ ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ । ଏହାସହ ୩ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ସେମାନେ ପଛୁଆବର୍ଗ, ଦଳିତ ବର୍ଗ ଓ ମୁସଲିମ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରିବେ । ଏହି ମେଣ୍ଟ କୌଣସି ବାଧ୍ୟବାଧକତାରେ ହୋଇନାହିଁ । ବରଂ ଦଳିତ ବର୍ଗ, ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ସମସ୍ୟାର ସମାଧାନ ତଥା ବିକାଶ ଲାଗି ଏହି ମେଣ୍ଟ କରାଯାଇଛି ବୋଲି ସେ କହିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୦ ତାରିଖରୁ ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ୪୦୩ ବିଧାନସଭା ଲାଗି ନିର୍ବାଚନ ଆରମ୍ଭ ହେବ । ମାର୍ଚ୍ଚ ୧୦ ତାରିଖରେ ହେବ ଭୋଟ ଗଣତି ।

Comments are closed, but trackbacks and pingbacks are open.