Latest Odisha News

BREAKING NEWS

ମାମୁଁ ଘର କୂଅରେ ବୁଡି ଭଣଜାର ଜୀବନ ଗଲା

ନରସିଂହପୁର : କୂଅରେ ବୁଡି ନାବାଳକର ଜୀବନ ଗଲା । ମାମୁଁ ଘରକୁ ବୁଲିବାକୁ ଯାଇଥିଲା ଭଣଜା । ହେଲେ କାଳ ହୋଇ ବସିଥିଲା ଯମ । ନରସିଂହପୁର କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧ ଗାଁ ର ଶ୍ରୀକାନ୍ତ ବେହେରାଙ୍କ ପୁଅ ଜ୍ଞାନରଞ୍ଜନ ବେହେରା । ତାଙ୍କୁ ବୟସ ୮ ବର୍ଷ ହେବ ।

ଜ୍ଞାନ ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡାପାଟଣା ଗାଁରେ ଥିବା ନିଜ ମାମୁଁ ମାଧବାନନ୍ଦ ବେହେରାଙ୍କ ଘରକୁ ବୁଲିବା ପାଇଁ ଆସିଥିଲୋ ହେଲେ ଭାଗ୍ୟର ବିଡମ୍ବନା ସେ ଖେଳୁଥିବା ସମୟରେ କୁଅରେ ଖସିପଡିଥିଲେ । ହେଲେ ମାଇଁ ଘର କାମ ସାରିବା ପରେ ଜ୍ଞାନକୁ ଖୋଜିଥିଲେ ।ହେଲେ ସେ ଆଉ ଜ୍ଞାନକୁ ପାଇନଥିଲେ ।

ସେତେବେଳେକୁ ଜ୍ଞାନର କୁଅର ପଡି ମୃତ୍ୟୁ ହୋଇ ସାରିଥିଲା । ମାଇଁଙ୍କ ସନ୍ଦେହ ହେବାରୁ ଘର ପଛପଟ କୂଅକୁ ଯାଇ ଦେଖିଥିଲେ । ହେଲେ ସେ ଦେଖିଥିଲେ ଜ୍ଞାନର ଚପଲ କୂଅରେ ଭାସୁଛି । ମାଇଁ ସାଙ୍ଗେ ସାଙ୍ଗେ ଗାଁ ଲୋକମାନଙ୍କୁ ଡାକି କୁଅରୁ ଜ୍ଞାନକୁ ଉଦ୍ଧାର କରିଥିଲେ । ଜ୍ଞାନ ରଞ୍ଜନଙ୍କୁ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଡାକ୍ତର ସେଠାରେ ଜ୍ଞାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛିା

Leave A Reply

Your email address will not be published.