Latest Odisha News

BREAKING NEWS

[ଭିଡିଓ] କେନାଲରେ ଭାସିଯାଉଥିଲେ ୪ ଯୁବକ, ଉଦ୍ଧାର କଲେ ସାହସୀ ପୋଲିସ କର୍ମୀ

ଭୁବନେଶ୍ୱର: ସାମ୍ନାକୁ ଆସିଲା ଛାତି ଥରାଇଦେଲା ଭଳି ଘଟଣା । ନିଜ ଜୀବନକୁ ବିପଦରେ ପକାଇ ୪ଜଣ ଯୁବକଙ୍କୁ ଉଦ୍ଧାର କଲେ ପୋଲିସ ଅଧିକାରୀ । ଏହି ସମସ୍ତ ଘଟଣା ମୋବାଇଲରେ କଏଦ ହୋଇଥିଲାବେଳେ ସୋସିଆଲ ମିଡିଆରେ ପୋଲିସ ଅଧିକାରୀଙ୍କୁ ଛୁଟିଛି ପ୍ରଶଂସାର ସୁଅ ।

ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ନାଗାର୍ଜୁନ ସାଗର କେନାଲରେ ଭାସିଯାଉଥିଲେ ୪ଜଣ ଯୁବକ । ସେହି ସମୟରେ ସୌଭାଗ୍ୟବଶତଃ ପୋଲିସ କନେଷ୍ଟବଳ ପ୍ରବୀନ କୁମାର ଚାଲିଚାଲି ଯାଉଥିଲେ । ପାଣିରେ ଭାସିଯାଉଥିବା ଯୁବକଙ୍କୁ ଦେଖି ପ୍ରବୀନ ଏକ କପଡା ଜରିଆରେ ୪ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ ।

ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୋଦ ଆନ୍ଧ୍ରପ୍ରଦେଶ ପୋଲିସ ଟୁଇଟ୍ ଜରିଆରେ ସେୟାର କରିଛି । ନଭେମ୍ବର ୨୮ ତାରିଖରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ଲୋକ ପ୍ରବୀନଙ୍କୁ ପ୍ରଶଂସା କରିଥିଲେ । ଏହି ମହତ କାରନାମାକୁ ନେଇ କନେଷ୍ଟବଳ ପ୍ରବୀନଙ୍କୁ ଆନ୍ଧ୍ର ଡିଜିପି ଗୌତମ ସାୱଙ୍ଗ ବଧେଇ ଜଣାଇଥିଲେ ।

Leave A Reply

Your email address will not be published.