Latest Odisha News

BREAKING NEWS

ଲଲିପପ୍ ଖାଇ ୮ ବର୍ଷର ବାଳକ ମୃତ, ଥାନାରେ ଦୋକାନୀ ଅଟକ

ପାରଳାଖେମୁଣ୍ଡି: ଛୋଟ ହୁଅନ୍ତୁ କି ବଡ଼ ସମସ୍ତେ ଚକଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଆଉ ଛୋଟ ଛୁଆଙ୍କୁ ଲଲିପପ୍ ଧରାଇ ଦେଲେ ସେମାନଙ୍କ ଖୁସି କହିଲେ ନସରେ । କିନ୍ତୁ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଲଲିପପ୍ ଖାଇ ଜଣେ ୮ ବର୍ଷର ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବଡ଼ କଥା ହେଉଛି ନାବାଳକ ଜଣଙ୍କ ଲଲିପପ୍ ଖାଇବା ପରେ ତାଙ୍କ ତଣ୍ଟିରେ ତାହା ଲାଗି ନଥିଲା । ତଥାପି କିଭଳି ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ବଢ଼ୁଛି ।

ସୂଚନା ଅନୁସାରେ, ମୋହନା ଥାନା ଡିମ୍ବିରିଖୋଳ ଗାଁର ବାସୁଦେବ ଶବରଙ୍କ ପୁଅ ବୈକୁଣ୍ଠଙ୍କୁ ଗାଁର ଜଣେ ଦୋକାନୀ ଘରକୁ ଡାକି ଲଲିପପ୍ ଦେଇଥିଲେ । ଆଉ ଲଲିପପ୍ ଖାଇବା ପରେ ବୈକୁଣ୍ଠଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ସହ ମୃତ୍ୟୁ ହୋଇଥିଲା । ଫଳରେ ଦୋକାନୀ ଜଣଙ୍କ ଉପରେ ପରିବାର ଲୋକ ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଦୋକାନୀ କିଶୋର ଦଳବେହେରାଙ୍କୁ ତାନାରେ ଅଟକ ରଖି ପଚରାଉଚରା କରୁଛି । ଦୋକାନରେ ଥିବା ସମସ୍ତ ଲଲିପପକୁ ପୋଲିସ ଜବତ କରିଛି । ତେବେ ଦୋକାନୀ ଜଣଙ୍କ ନାବାଳକକୁ ଦେଇଥିବା ଲଲିପପରେ କିଛି ମିଶାଇଥିଲେ କି ? ବୈକୁଣ୍ଠଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ମୃତଦହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.